ବଡ଼ କାରଖାନାର ନିକୃଷ୍ଟ ଉପହାର: ଛାତ୍ରଛାତ୍ରୀଙ୍କୁ ଭଣ୍ଡେଇଲା ଜେଏସ୍ଡବ୍ଲୁ୍ୟ 

 କଳିଙ୍ଗନଗର: କଳିଙ୍ଗନଗର ଶିଳ୍ପାଞ୍ଚଳକୁ ପ୍ରଦୂଷଣ କରି ଅଞ୍ଚଳବାସୀଙ୍କୁ ରୋଗାଗ୍ରସ୍ତ କରିବା ହେଉ କି ସରକାରୀ ଜମିକୁ କରାୟତ କରିବାକୁ ପଛାଇନଥିବା ଜେଏସଡ଼ବ୍ଲୁ ସିମେଣ୍ଟ କାରଖାନା ଏକ ବଡ଼ କାରଖାନା ବୋଲି କୁହାଯାଏ । ସିମେଣ୍ଟ ଉତ୍ପାଦନକାରୀ ଜେଏସଡ଼ବ୍ଲୁ କାରଖାନା ପାରିପାଶ୍ୱିର୍କ ବିକାଶ ଦିଗରେ କ’ଣ କ’ଣ କରୁଛି, ତାହା ସରକାରୀ ବାବୁ ଏବଂ ଉକ୍ତ କାରଖାନା ବିଭାଗୀୟ ପଦାଧିକାରୀଙ୍କୁ ଜଣାଥିବ । ହେଲେ ଏହି କାରଖାନା ସାଧାରଣକୁ ଆସି ସିଏସଆର ଯୋଜନାରେ କୈାଣସି କାର୍ଯ୍ୟ କରିବାକୁ ଆଗେଇ ଆସିବା ବେଳେ ନୁ୍ୟନତମତା ଦେଖିବାକୁ ମିଳେ । ନିକଟରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୧୦ଟଙ୍କିଆ ପ୍ଲାଷ୍ଟି ପେନସିଲ ବକ୍ସ ପ୍ରଦାନ କରିବା ଘଟଣା ଆଲୋଚନାର ବିଷୟ ହୋଇପଡ଼ିଛି । ବଡ଼ କାରଖାନାର ନିକୃଷ୍ଟ ଉପହାରକୁ ନେଇ ଶିକ୍ଷକ ଅଭିଭାବକ କ୍ଷୋଭ ପ୍ରକାଶ କରିିଛନ୍ତି । ଖବର ଥାଉକି ବୁଦ୍ଧରାଜା ବିଦ୍ୟାପୀଠରେ ପିଲାମାନଙ୍କର ଏକ ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ କରିଥିଲା ଜେଏସଡବ୍ଲୁ । କିନ୍ତୁ ବିଡ଼ମ୍ବନା ପିଲାମାନଙ୍କୁ ଖାଇବା ପାଇଁ ଟିଫିନ ଓ ପିଇବା ପାଇଁ ପାଣି ଟୋପେର ବ୍ୟବସ୍ତା କରିବାକୁ ଆଗ୍ରହ ଦେଖାଇ ନ ଥିବା ଜେଏସଡବ୍ଲୁ ୧୦ଟଙ୍କିଆ ଖାଲି ପ୍ଲାଷ୍ଟିକ ପେନସିଲ ବକ୍ସ ପ୍ରଦାନ କରିଥିଲା । ବଡ କାରଖାନା ପକ୍ଷରୁ ପିଲାଙ୍କୁ ନିକୃଷ୍ଟ ଉପହାର ପ୍ରଦାନ କରିବାକୁ କିଭଳି ଅଧିକାରୀ ମନ ବଳାଇଲେ ତାହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । କମ୍ପାନୀର ସିଏସଆର ପାଣ୍ଠିକୁ ଉଚିତ ମାର୍ଗରେ ଖର୍ଚ୍ଚ କରିବାର ନିୟମ ଥିଲେ ମଧ୍ୟ ହରିଲୁଟ ମସୁଧାରେ ଛାତ୍ରଛାତ୍ରୀଙ୍କୁ ୧୦ଟଙ୍କିଆ ପେନସିଲ ବକ୍ସ ପ୍ରଦାନ କରି ଭଣ୍ଡେଇବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି ।