ନାବାଳିକାକୁ ଅସଦାଚାରଣ ଅଭିଯୋଗ : ଫେରାର ଶିକ୍ଷକ ଗିରଫ 

 ମୟୂରଭଞ୍ଜ : ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ପାଟଳିପୁରା ପ୍ରାଥମିକ ବିଦ୍ୟାଳୟରେ ଗେଲ କରିବା ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ କରି ଦୀର୍ଘ ଦିନ ଧରି ଲୁଚିରହିଥିବା ଶିକ୍ଷକ ଶେଷରେ ଆଜି ପୁଲିସ ହାତରେ ଧରାପଡ଼ି ଜେଲ୍ ଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ଏହି ବିଦ୍ୟାଳୟର ଶିକ୍ଷକ ପ୍ରମୋଦ କୁମାର ମହାନ୍ତ ଷଷ୍ଠ ସପ୍ତମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀମାନଙ୍କୁ ଏକାନ୍ତରେ ପାଖକୁ ଡାକି କୋଳରେ ବସାଇ ଗେଲକରିବା ବାହାନାରେ ଅସଦାଚରଣ କରୁଥିବା ଅଭିଯୋଗ ହୋଇଥିଲା । ଏବାବଦରେ ପ୍ରଧାନଶିକ୍ଷକଙ୍କ ଠାରୁ ଅଭିଯୋଗ ପାଇ ବେତନଟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୁଲାଇ ୨୧ ତାରିଖ ଦିନ ଶିକ୍ଷକଙ୍କୁ ନିଲମ୍ବନ କରିଥିଲେ । ମାତ୍ର ଘଟଣାକୁ ଚାପି ଦେବାକୁ ଲକ୍ଷରେ ପୁଲିସ ନିକଟରେ ଏହାର ତଦନ୍ତ ଓ କାର୍ଯାନୁଷ୍ଠାନ ପାଇଁ କୌଣସି ଅଭିଯୋଗ କରାଯାଇ ନଥିଲା । ଏ ସମ୍ପର୍କରେ ବିଭିନ୍ନ ମିଡ଼ିଆରେ ପ୍ରସାରିତ ହେବାପରେ ଶେଷରେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଜୁଲାଇ ୨୮ ତାରିଖ ଦିନ ଘଟଣା ବାବଦରେ ଅଭିଯୋଗ ଦାଖଲ କରାଯାଇଥିଲା । ଏହାକୁ ନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ସେବେଠାରୁ ଅଭିଯୁକ୍ତ ଶିକ୍ଷକ ଫେରାର ଥିଲେ ।