ଖରସ୍ରୋତା ମେଧା ପ୍ରତିଭା ସମ୍ମାନ
ସିଂହପୁର : ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ପଦ୍ମାକର ଗୁରୁଙ୍କ ଅଧ୍ୟକ୍ଷତାରେ ସୋନୀ ମଣ୍ଡପ ଠାରେ ଖରସ୍ରୋତା ଛାତ୍ର ପ୍ରତିଭା ଓ ମେଧା ପ୍ରତିଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଖରସ୍ରୋତା ଅବବାହିକାର ବିଞ୍ଝାରପୁର, ଆଳି, ରାଜକନିକା, ଓ ବରୀ ବ୍ଲକରେ ନିଟ ଓ ଆଇଆଇଟିରେ କୃତକାର୍ଯ୍ୟ ୯ ଜଣ ଛାତ୍ରଛାତ୍ରୀଙ୍କୁ " ଖରସ୍ରୋତା ମେଧା ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଠା ସୁଶାନ୍ତ କୁମାର ନାୟକ ଓ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପ୍ରଧ୍ୟାପକ ଅଜୟ କୁମାର ଓଝା, ଉପଦେଷ୍ଟା ପ୍ରାଧ୍ୟାପକ ସୁବୋଧ କୁମାର ନାୟକ ଓ ଶିକ୍ଷୟିତ୍ରୀ ତଥା ଉପଦେଷ୍ଟା ଟିକିଲତା ବେହେରା ଅଭିଭାଷଣ ପ୍ରଦାନ ସହ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅବବାହିକାର ୯ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ + ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟରେ ୭୫ପ୍ରତିଶତ ଓ ତଦୁର୍ଦ୍ଧ ନମ୍ୱର୍ ରଖି ଉତ୍ତୀର୍ଣ୍ଣ ହୋଇଥିବା ୭୦ ଜଣ ଛାତ୍ରଛାତ୍ରୀଙ୍କୁ ମେଳା କମିଟି ତରଫରୁ "ଖରସ୍ରୋତା ଛାତ୍ର ପ୍ରତିଭା ସମ୍ମାନ’ରେ ଟ୍ରଫି ଓ ପ୍ରସଂଶା ପତ୍ର ଦ୍ୱାରା ଉପଦେଷ୍ଟା ସର୍ବଶ୍ରୀ ରବିନାରାୟଣ ସାମଲ, ସର୍ବେଶ୍ୱର ଧଳ, ଶିକ୍ଷାବିତ୍ ଶରତ ଚନ୍ଦ୍ର ସାହୁ, ରମାକାନ୍ତ ନାୟକ, ଦଶରଥ ସାହୁ, ଅମ୍ବିକା ପ୍ରସାଦ ସାମଲ ସମ୍ବର୍ଦ୍ଧିତ କରିଥିଲେ । ପୁସ୍ତକ ମେଳା କମିଟିର ଅନ୍ୟତମ ସହ ସମ୍ପାଦକ ପ୍ରତିଜ୍ଞା ସାହୁ ପ୍ରାରମ୍ଭିକ ସଙ୍ଗୀତ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ପୁସ୍ତକ ମେଳା କମିଟିର ସାଙ୍ଗଠନିକ ସମ୍ପାଦକ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ରନôାକର ସାହୁ, କାର୍ଯ୍ୟକାରୀ ସଭାପତି ସୁବାଷ ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ବେହେରା, ଅନ୍ୟତମ ଉପଦେଷ୍ଟା ପ୍ରମୋଦ ସାମଲ, ସନ୍ତୋଷ କୁମାର ବେଉରିଆ, ଭାରତ ଭୂଷଣ ମଲ୍ଲିକ, ଶରତ ନାୟକ, ଅକ୍ଷୟ କୁମାର ସେଠୀ, ଦେବ ସାମଲ, ସୁଧୀର ଆଚାର୍ଯ୍ୟ, ପ୍ରଦୀପ କୁମାର ଜେନା, ଭବ ମହାନ୍ତି, କୃଷ୍ଣ ଚନ୍ଦ୍ର ଥାଟୋଇ, ଦେବେନ୍ଦ୍ର କୁମାର ସାମଲ, ବିଷ୍ନୁ ଚରଣ ସାମଲ, ରବୀନ୍ଦ୍ର ଦାସ ଓ ଖଗେଶ୍ୱର ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।