ବାଲେଶ୍ୱରରେ ପ୍ରତିଷ୍ଠା ହେବ ସାଇନ୍ସ ପାର୍କ 


ାା ପ୍ରଭାନୁ୍ୟଜ୍ ।ା ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ବିଧାନସଭାର ପ୍ରଶ୍ନକାଳରେ ସଦର ବିଧାୟକ ମାନସ କୁମାର ଦତ୍ତ ପ୍ରଶ୍ନ କରିଥିଲେ । ଏହା ସହିତ ରାଜ୍ୟର କେଉଁ କେଉଁ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି । କେଉଁ ବ୍ୟବସ୍ଥାରେ କେତେ ଅର୍ଥ ବ୍ୟୟ ହେବ ସେ ବାବଦରେ ବିଧାୟକ ଶ୍ରୀ ଦତ୍ତ ଜାଣିବାକୁ ଚାହିଁଥିଲେ । ସେହିପରି କେଉଁ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ସ୍ଥାପନ ହୋଇସାରିଛି ତାହାର ଉତ୍ତର ରଖିବାକୁ ଶ୍ରୀ ଦତ୍ତ ବିଜ୍ଞାନ ଓ କାରିଗରୀ ବିଭଗ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ବାଲେଶ୍ୱର ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ  ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ଯୋଜନା ରହିଛି  । ଏଥିପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ବାଲେଶ୍ୱର ଓ ରେମୁଣା ପୌରାଞ୍ଚଳରେ ସମେତ ଅନ୍ୟ ଦୁଇ ତିନୋଟି ସ୍ଥାନ ଜାଗା ଚିହ୍ନଟ କରଯାଇଛି । ଚିହ୍ନଟ ହୋଇଥିବା ଜମିକୁ ପ୍ରଥମେ ଜିଲ୍ଲା ପ୍ରଶାସନସ୍ତରରେ ତର୍ଜମା ସହ ରାଜ୍ୟ ସରକାରଙ୍କ ନିକଟକୁ ସମ୍ଭାବ୍ୟତା ବିବରଣୀ ପ୍ରଦାନ ପରେ ବିଜ୍ଞାନ ଓ କାରିଗରୀ ବିଭାଗର ଅଧିକାରୀ ଓ ଜିଲ୍ଲା ରାଜସ୍ୱ ଅଧିକାରୀ ସମ୍ପୃକ୍ତ ଜମିର ମିଳିତ ନିରୀକ୍ଷଣ ପୂର୍ବକ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ନେଇ ଜାଗାର ଚୁଡାନ୍ତ ନିଷ୍ପତି ନେବେ । ବିଜ୍ଞାନ କେନ୍ଦ୍ର ସ୍ଥାପନ ନେଇ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାୟକ ଶ୍ରୀ ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ  ।