ବଡ଼ଓଷା ପର୍ବ ପାଳିତ
ପୁରୀ: ଭକ୍ତିଭାବନା ସହକାରେ ଶ୍ରୀକ୍ଷେତ୍ରରେ ପାଳିତ ହୋଇଯାଇଛି ଶ୍ରୀଶ୍ରୀ ଧବଳେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ବଡ଼ଓଷା ପର୍ବ । ଏହି ଅବସରରେ ଓଷା କରିଥିବା ମହିଳାମାନେ ଶୁଦ୍ଧପୂତ ହୋଇ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ବ୍ରତ ଚାରିଣୀମାନେ ଦିନସାରା ନିର୍ଜଳ ଉପବାସ କରିବା ସହ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ । ବଡ଼ଓଷା ଉପଲକ୍ଷେ ନବକଳେବର ରୋଡ଼୍ ସ୍ଥିତ ଆଖଣ୍ଡଳମଣିଙ୍କ ମନ୍ଦିର, ମାର୍କଣ୍ଡେଶ୍ୱର ସାହି ସ୍ଥିତ ପ୍ରଭୁ ଧବଳେଶ୍ୱର, ବୀର ହରେକୃଷ୍ଣପୁର ସ୍ଥିତ ପ୍ରଭୁ ଧବଳେଶ୍ୱରଙ୍କ ପୀଠରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ଉପବାସ କରିଥିବା ମହିଳାମାନେ ପ୍ରଭୁ ଆଖଣ୍ଡଳମଣିଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ବଡ଼ଓଷା ଉପଲକ୍ଷେ ଶ୍ରୀ ଧବଳେଶ୍ୱରଙ୍କୁ ତରଣ ଓ ଗଜ ଭୋଗ କରାଯାଇଥିଲା ।