ଖାକିରେ କଳଙ୍କ : ନିଲମ୍ବିତ ହେଲେ ଥାନାଧିକାରୀ ରାଜେଶ
କାକଟପୁର : ପୁରୀଜିଲ୍ଲା ଅସ୍ତରଙ୍ଗ ଥାନାର କାର୍ଯ୍ୟରତ ଆଇଆଇସି ରାଜେଶ ବଳିୟାରସିଂ ସଫଳତାର ସହ ପ୍ରାୟ ୨ ବର୍ଷ ହେବ କାର୍ଯ୍ୟ ତୁଲାଇଥିବାବେଳେ ଅତୀତରେ ଘଟାଇଥିବା କଳଙ୍କିତ ଅଧ୍ୟାୟ ପାଇଁ ଜୟପୁର ପୋଲିସ ଦ୍ୱାରା ଗିରଫ ହୋଇ ଜେରା ବେଳେ ପରିସ୍ରା କରିବା ବାହାନାରେ ଚତୁରତାର ସହିତ ଫେରାର ହୋଇଯିବା ପରେ ରାଜ୍ୟ ପୋଲିସ ମହାନିଦେ୍ର୍ଦଶକଙ୍କ ଦ୍ୱାରା ନିଲମ୍ବିତ ହେବା ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଆଇଆଇସି ଶ୍ରୀ ବଳିୟାରସିଂ ଅତୀତରେ ଜୟପୁର ଥାନାରେ ସବ-ଇନ୍ସପେକ୍ଟର ଗଞ୍ଜେଇ ମାଫିଆଙ୍କ ସହିତ ସମ୍ପର୍କ ରଖି ସେମାନଙ୍କୁ ଅନୁକମ୍ପା ଦେଖାଇବାରେ ପ୍ରମାଣ ମିଳିବା ପରେ ପୁଲିସ ମହାନିଦେ୍ର୍ଦଶକ ଏଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଥିବା ଜଣାପଡିଛି । ତାଙ୍କୁ ଗିରଫ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି ।