ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ
କେନ୍ଦ୍ରାପଡା: କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ରରେ ୨୨ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଓୟୁଏଟି ସଂପ୍ରସାରଣ ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଟ୍ଟାରୀ କଲିକତାର ପ୍ରଧାନ ବୈଜ୍ଞାନିକ ଜିକେ ଡ. କଲ୍ୟାଣ ସୁନ୍ଦର ଦାସ, ଜାତୀୟ ଧାନ ଗବେଷଣା କେନ୍ଦ୍ରର ଡ. ଶ୍ୟାମସୁନ୍ଦର ଦାସ ମହାପାତ୍ର, ଗବେଷଣା କେନ୍ଦ୍ର ଭୁବନେଶ୍ୱର ମୁଖ୍ୟ ପ୍ରଫେସର ଚନ୍ଦ୍ରମଣି ଖଣ୍ଡା ଆଦି ଆଭାସୀ ମାଧ୍ୟମରେ ଯୋଗ ଦେଇ କୃଷି ବିଜ୍ଞାନ କେନ୍ଦ୍ରର ବିଗତ କାର୍ଯ୍ୟକ୍ରମକୁ ସମୀକ୍ଷା କରିଥିଲେ । ବନ୍ୟା ସହଣୀ ଧାନ କିସମ, ପାଣି ସିଙ୍ଗଡା ଚାଷ ଦ୍ୱାରା ଧାନ ଆଧାରିତ ଫସଲ ପର୍ଯ୍ୟାୟର କିବିଧିକରଣ, ଲବଣାତ୍ୱ, ମୃର୍ତ୍ତିକା ପରିଚାଳନା, ଜୈବ ପୁଞ୍ଜିରେ ମାଛ ଚାଷ, ନଡିଆର ଗଣ୍ଡା ପୋକର ପରିଚାଳନା, ଛତୁର ବିକ୍ରିବଟା, ଆଦି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାର ସମସ୍ତ କୃଷି ଆନୁସଙ୍ଗିକ ବିଭାଗୀୟ ମୁଖ୍ୟ, କଟକ, ଯାଜପୁର ଜଗତସିଂହପୁର ବିଭାଗୀୟ ଅଧିକାରୀମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆଗାମୀ ବର୍ଷର କାର୍ଯ୍ୟ ଖସଡା ପ୍ରସ୍ତୁତ ନିମନ୍ତେ ବହୁ ମୁଲ୍ୟ ମତାମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ବୈଜ୍ଞାନିକ ଡ. ଅରବିନ୍ଦ ଦାସଙ୍କ ସହିତ ବୈଜ୍ଞାନିକ ଡ. ପ୍ରଭଞ୍ଜନ ମିଶ୍ର, ଡ. ତାପସ ରଞ୍ଜନ ସାହୁ, ଗାୟତ୍ରୀ ସାହୁ, ନମିତା ମହାପାତ୍ର, ମାନସ ରଞ୍ଜନ ବେହେରାଙ୍କ ସହ ସମସ୍ତ କର୍ମକର୍ତା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
