ଭଏସ ଅଫ୍ ମିଡିଆର ସାଙ୍ଗଠନିକ ବୈଠକ
କୋରାପୁଟ : କୋରାପୁଟ ସ୍ତିତ ଅତିଥି ଭବନ ଠାରେ ଭୟସ ଅଫ ମିଡ଼ିଆର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଇ କାର୍ଯ୍ୟକ୍ରମରେ ଭୟସ ଅଫ ମିଡ଼ିଆର ରାଜ୍ୟ ସଭାପତି ପ୍ରଭାତ ମିଶ୍ର ଯୋଗ ଦେଉଥିବା ବେଳେ ମୂଖ୍ୟ ଅତିଥି ଭାବେ ମହେନ୍ଦ୍ର ବାଘ,ସମ୍ମାନୀୟ ଅତିଥି ଭାବେ କୋରାପୁଟ ପୌରପାଳିକାର ତିନି ନମ୍ବର ୱାର୍ଡ କାଉନସିଲର କାଦମ୍ୱନି ସେଠୀ ଯୋଗ ଦେଇଥିଲେ । ରାଜ୍ୟ ସଭାପତି ପ୍ରଭାତ ମିଶ୍ର ନିଜ ବକ୍ତବ୍ୟରେ ଭୟସ ଅଫ ଓଡ଼ିଶା ସବୁବେଳେ ସାମ୍ୱାଦିକଙ୍କ ସୁରକ୍ଷା ସହ ଜଡ଼ିତ । ବିଶେଷ କରି ସାମ୍ଭାଦିକ ମାନେ ଯେତେବେଳ ଗ୍ରାଉଣ୍ଡ ଜିରୋରେ କାମ କରନ୍ତି ସେତେବେଳ ମଧ୍ୟ ଆକ୍ରୋଶର ଶିକାର ହୋଇଥାନ୍ତି । ଯେଉଁ ସମୟରେ କି ନିଜ ଚ୍ୟାନେଲ ବା ଅନୁଷ୍ଠାନ ସାମ୍ୱାଦିକଙ୍କ ପାଖରେ ଛିଡା ହେବା କଥା କିନ୍ତୁ ସେତେବେଳେ ସେଇ ସଂସ୍ଥା ସାମ୍ୱାଦିକର ହାତ ଚାଡ଼ି ଦେଇଥାନ୍ତି । ଯାହା ଫଳରେ ସାମ୍ୱାଦିକଟି ନାନା ହଇରାଣ ହରକତ ହୋଇଥାଏ । ତେଣୁ ସାମ୍ୱାଦିକ ସୁରକ୍ଷା ନିହାତି ଆବଶ୍ୟକ ବୋଲି ମିଶ୍ର କହିଥିଲେ । ଭୟସ ଅଫ ମିଡ଼ିଆ ସାମ୍ୱାଦିକଙ୍କୁ ତିନଟି ସୁରକ୍ଷା ଦେବ ପ୍ରଥମ ସାମ୍ୱାଦିକ ଏବଂ ତାଙ୍କ ପରିବାରକୁ ବିମା ପ୍ରଦାନ ଦ୍ୱିତିୟରେ ପରିବାରର ପିଲାମାନଙ୍କୁ ପାଠପଢା ପାଇଁ ସହାୟତା ତୃତୀୟରେ ଘର କରିବା ପାଇଁ ଟଙ୍କା ପ୍ରଦାନ । ତିନଟି ସୁବିଧା ନିମନ୍ତେ କୌଣସି ଟଙ୍କା ଦେବାକୁ ପଡିବ ନାହିଁ କେବଳ ପରିଚୟ ପତ୍ର ପାଇଁ ଯାହା ଦୁଇ ସହ ଟଙ୍କାଟି ଦେବାକୁ ପଡିବ ବୋଲି ରାଜ୍ୟ ସଭାପତି କହିଛନ୍ତି । ଆଜିର ଏଇ କାର୍ଯ୍ୟକ୍ରମରେ ୨୬ ଜଣ ସାମ୍ୱାଦିକ ଓ ସାମ୍ୱାଦିକାକୁ ଭୟସ୍ ଅଫ ମିଡ଼ିଆ ତରଫରୁ ପରିଚୟ ପତ୍ର ପ୍ରଦାନ କରଯାଇଥିଲା । ଆଗମୀ ଦିନରେ କିଭଳି ଭୟସ ଅଫ ମିଡ଼ିଆ କୋରାପୁଟରେ ସୃଦୃଢ ହେବ ସେ ନେଇ ଗୁରୁତ୍ୱାରୋପ କରଯାଇଥିଲା । ଏଇ ପରିପ୍ରେକ୍ଷୀରେ ସାମ୍ୱାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୋରାପୁଟ କନକ ନୁ୍ୟଜ୍ ପ୍ରତିନିଧିକୁ ସୌମ୍ୟ ରଞ୍ଜନ ସାହୁଙ୍କୁ ମାନପତ୍ର ସହ ଉପଢୌକାନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମକୁ ଭୟସ ଅଫ ମିଡ଼ିଆର ଜିଲ୍ଲା ସଭାପତି ସୁରେନ୍ଦ୍ର ଖୋସଲା ସଭାପତିତ୍ୱ କରିଥିବା ବେଳେ ଗୁପ୍ତ ପ୍ରସାଦ ପତ୍ରିକା ମଞ୍ଚ ପରିଚାଳନା କରିଥିଲେ ।