ବିକାଶ ବାହନ ପରିକ୍ରମା

 ବନ୍ତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୧ ବର୍ଷ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୧ବର୍ଷ ପୂର୍ତ୍ତି ଅବସର ସରରେ ଆଜି ବନ୍ତ ବ୍ଲକର ଛୟାଳସିଂହ ପଞ୍ଚାୟତରେ ସଚେତନତା ସଭା ସହ ଏଲଇଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଇବା ସହ ହିତାଧୂକାରୀଙ୍କୁ ବିଭିନ୍ନ ଯୋଜନାରେ କାର୍ଡÿ ବଣ୍ଟନ କରାଯାଇଛି । ବିକାଶ ବାହନ ଛୟାଳସିଂହ ପଞ୍ଚାୟତରେ ପହଞ୍ଚିବା ପରେ ସାଂସଦଙ୍କ ପ୍ରତିନିଧି ସନ୍ତୋଷ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସତ୍ୟଭାମା ଧଳ, ସମିତିସଭ୍ୟା ନିରୂପମା ରାଉତ,  ଖଗେଶ୍ୱର ବେହେରା, କମଳା ସାହୁ, ଅନିରୁଦ୍ଧ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ସାହୁ, ଗଦାଧର ରାଉତ, ଜିଆରଏସ ପ୍ରମୁଖ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ମାନସ ଜେନା, ପ୍ରସନ୍ନ ଗିରି, ରାଜକିଶୋର ଗିରି, ଚକ୍ରଧର ରାଉତ, ସୁବାଷ ଜେନା, ରାଜକିଶୋର ଘଡ଼ାଇ, ପ୍ରଫୁଲ୍ଲ ଓଝା, ଗଜେନ୍ଦ୍ର ଜେନା, ଗୋବିନ୍ଦ ମହାନ୍ତି,ଅଭିମନୁ୍ୟ ନାୟକ,ରଞ୍ଜନ ସାହୁ, ମାଧବ ଖଣ୍ଡା,ଗୟାଧର ଗିରି, ଅର୍ଜୁନ ଜେନା, ପ୍ରଦୀପ ବାରିକ, ବସନ୍ତ ବାରିକ ପ୍ରମୁଖ ସହଯୋଗ କରିଥିଲେ ।