ପୋଷଣ ପକ୍ଷ ପାଳିତ 

 ଆସିକା :  ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶର ନିଦେ୍ର୍ଦଶ କ୍ରମେ ଆସିକା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ଥିବା ମଙ୍ଗଳପୁର ପଞ୍ଚାୟତ ସଭା କାର୍ଯ୍ୟାଳୟ ଠାରେ ପୋଷଣ ପକ୍ଷ ପାଳନ କରାଯାଇଛି । ଆସିକା ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଇନ୍ଦିରା ମହାପାତ୍ରଙ୍କ ପ୍ରତୋକ୍ଷ ତତ୍ୱାବଧାନରେ ଏହି ପୋଷଣ ପକ୍ଷ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ପରିଦର୍ଶିକା ରଯୁକ୍ତା ସ୍ୱାଇଁ, ଦୀପ୍ତି ଧୋଭା, ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ଗର୍ଭବତୀ, ପ୍ରସୂତି, କିଶୋରୀ ବାଳିକା, ମହିଳା ଅଙ୍ଗନବାଡି କର୍ମୀ ସହାୟିକା ମାନେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ପୋଷଣ ଅଭିଯାନରେ ସମସ୍ତେ ଯେପରି ପୋଷଣ ଯୁକ୍ତ ଖାଦ୍ୟକୁ ଆପଣେଇବା, ସୁସ୍ଥ ସ୍ୱାସ୍ଥ୍ୟ ନିମନ୍ତେ ପୃଷ୍ଟି ଯୁକ୍ତ ଖାଦ୍ୟ ଖାଇବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଏହା ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଜଳର ସମନ୍ୱୟ ମାଧ୍ୟମରେ ଗ୍ରାମରେ ଏଭଳି ଏକ ମେଳା ଅନୁଷ୍ଠିତ  ହୋଇଥିଲା । ଏକ ସୁସ୍ଥ ଗ୍ରାମ ପଞ୍ଚାୟତ ଗଠନ ନିମନ୍ତେ ଗ୍ରାମର ସମସ୍ତ କିଶୋରୀ ଏବଂ ଗର୍ଭବତୀ, ପ୍ରସୂତି ମହିଳା ମାନେ ତ୍ରିରଙ୍ଗୀ ରଙ୍ଗର ପନି ପାରିବା ଖାଦ୍ୟ କିଭଳି ଘରେ ଘରେ ବ୍ୟବହାର ହେବ ସେଥିପାଇଁ କିଶୋରୀ ମାନଙ୍କ ଦ୍ୱାରା ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ଜନ୍ମିତ ଶିଶୁ ମାନଙ୍କୁ କେବଳ ଛଅ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ପ୍ରଦାନ କରିବା, ଠିକ୍ ସମୟରେ ଠିକ ଟୀକା ପ୍ରଦାନ କରିବା, ସଦାବେଳେ ସଠିକ ପ୍ରଣାଳୀରେ ହାତ ଧୁଆ ଅଭ୍ୟାସ କରିବା ସହ ହଜାର ଦିନର କାର୍ଯ୍ୟକ୍ରମ ଉପରେ ମଧ୍ୟ ଉପସ୍ଥିତ ଗର୍ଭବତୀ, ପ୍ରସୂତିଙ୍କୁ ସଚେତନତା କରାଯାଇଥିଲା ।