ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ
ଜୟପୁର ସମଗ୍ର ବିଶ୍ୱରେ ରଥଯାତ୍ରା ପାଳନ ହେଇ ରଥ ଟାଣା ହେଉ ଥିବା ବେଳେ, ଜୟପୁର ଦେବତ୍ତୋର ବିଭାଗ ଦ୍ୱାରା ଆୟୋଜିତ ରଥଯାତ୍ରା ଦିନକ ପରେ ରଥ ଟଣାର ନିଆରା ପରମ୍ପାରା ରୋହିଛି । ଇତିହାସ କାରଙ୍କ କହିବା ଅନୁଯାଇ ଜୟପୁରର ରାଜା ପ୍ରଥମେ ପୁରୁଣାଗଡ ଠାରେ ନିଜ ଉଆସ କରିଥିଲେ ଏବଂ ସେଠାକାର ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ଥାପିନ କରିଥିଲେ । ତେଣୁ ପ୍ରଥମେ ଜୟପୁର ସହରର ପୁରୁଣାଗଡ ଏବଂ ବାଟ ଜଗନ୍ନାଥପୁର ଠାରେ ରଥ ଟାଣିଥାନ୍ତି ତତ୍ ପରେ ଜୟପୁର ସହରରେ ଗୋଟିଏ ନୂତନ ମନ୍ଦିର କରି ଚତୁର୍ଦ୍ଧାମୂର୍ତ୍ତି ସ୍ଥାପିତ କରିଥିଲେ ଏବଂ ଏଠାରେ ରଥଯାତ୍ରାର ପର ଦିନ ରଥ ଟାଣିଥାନ୍ତି । ଏହି ରଥଯାତ୍ରାରେ ଖଡୁରା ସମାଜର ବିଶ୍ୱନାଥ ନାୟକଙ୍କ ନେତୃତ୍ୱରେ ଘଣ୍ଟ ବାଦନ, ଇସ୍କନର ସଙ୍କୀର୍ତ୍ତନ, ସିଙ୍ଗୋ ବାଇଦ ଇତ୍ୟାଦି ରୋହିଥିଲା । ଏହି ରଥ ଟଣାକୁ ସୁଚାରୁ ରୁପେ ତୁଲେଇ ବାକୁ ଜୟପୁର ବିଧାୟକ ଏବଂ ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଏ ସାସ୍ୟା ରେଡ୍ଡୀ ତହସିଲଡଦାର ଚିତ୍ତରଞ୍ଜନ ପଟ୍ଟନାୟକ ଏବଂ ପୋଲିସ ପ୍ରଶାସନର ଉପଖଣ୍ଡ ପୋଲିସ ଅଧିକାରୀ ପାର୍ଥ ଜଗଦୀଶ କାଶ୍ୟପ ସଦର ଥାନା ଅଧିକାରୀ ଏବଂ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଏବଂ ପୋଲିସ କର୍ମାଚାରୀ ଉପସ୍ଥିତ ଥିଲେ ।
ବାଲିପାଟଣା ବାଲିପାଟଣାରେ ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ଯଥା ସମୟରେ ପହଣ୍ଡି ହୋଇ ଠାକୁର ରଥରେ ବିଜେ କରିବା ପରେ ରାଜା ଭାବଗ୍ରାହୀ ଗୋଚ୍ଛାୟତ ଛେରା ପହଁରା କରିଥିଲେ ।ପ୍ରାୟ ୫ ଘଟିକା ସମୟରେ ରଥ ବାଲିପାଟଣା ଛକ ରେ ପହଞ୍ଚିବା ପରେ ପହଣ୍ଡି ହୋଇ ଠାକୁର ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ । ମାହୁନ୍ତ ମାଗୁଣି ରଣା ଡାହୁକ ଗୀତ ଗାଇ ରଥ ଉପରୁ ଭକ୍ତ ମାନଙ୍କୁ ଉସôାହିତ କରିଥିଲେ । ମୁଖ୍ୟ ପୂଜକ ବଳରାମ ପଣ୍ଡା,ମୁଦିରଥ ଗୁରୁ ପ୍ରସାଦ ମିଶ୍ର,ସେବକ ଅଜୟ ହୋତା, ଅକ୍ଷୟ ସାହୁ,ଜୟନ୍ତ ଶିଶୁ,ହେମନ୍ତ ଜେନା ପ୍ରମୁଖଙ୍କ ସହିତ ବାଲିପାଟଣା ଛକ କମିଟିର ଅଭିମନୁ୍ୟ ନାୟକ ହୋମରେ କର୍ତ୍ତା ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିତେନ୍ଦ୍ର ସାହୁ, ବିଶ୍ୱ ନାରାୟଣ ମହାନ୍ତି, ସଭାପତି ସୁରେଶ ମିଶ୍ର , ସମ୍ପାଦକ ବୁଦ୍ଧନାଥ ନାୟକ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ନିକଟସ୍ଥ ବନମାଳୀପୁର ସ୍ଥିତ ନୂଆସାହି, ଡେରାସାହି,ମାହୁଖଣ୍ଡାରେ ମଧ୍ୟ ତିନି ଠାକୁରଙ୍କୁ ରଥାରୁଢ କରି ଭକ୍ତବୃନ୍ଦ ରଥ ଟାଣି ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଛନ୍ତି । ବାଲିପାଟଣା ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ସାରସକଣା ଭାବର ଠାକୁର ସିଏ ଭାବ ବିନୋଦିଆ । ସାରସକଣା ସ୍ଥିତ ସାରସକ୍ଷେତ୍ର ଶ୍ରୀଜିଉଙ୍କ ରଥ ଯାତ୍ରା ଶାନ୍ତି ଶୃଙ୍ଖଳାରେ ହଜାର ହଜାର ଭକ୍ତଙ୍କ ଗହଣରେ ସମାପନ ହୋଇଛି । ପୂର୍ବାହ୍ନରେ ସାରସ କ୍ଷେତ୍ରରେ ଚତୁର୍ଦ୍ଧାମୁହାଁ ଗୋଟି ପହଣ୍ଡିରେ ରଥକୁ ବିଜେ କରିଥିଲେ ତିନିଠାକୁର । ଅପରାହ୍ନ ପ୍ରାୟ ୫ଟା ବେଳକୁ ରଥଟଣା ଆରମ୍ଭ ହୋଇଥିଲା । ସାରସକଣା ସାରସକ୍ଷେତ୍ରରେ ମୁରାରୀ ଶର୍ମା ରଥ ଉପରେ ଛେରାପହଁରା କରିଥିଲେ । ସାରସକ୍ଷେତ୍ରରେ ପୁର୍ବ ବର୍ଷଭଳି ରଥ ଉପରେ ନିମତ୍ରିତ ଅତିଥିଙ୍କ ଗହଣରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ସମିତି ଆନୁକୂଲ୍ୟରେ ପ୍ରକାଶିତ ହୋଇ ଆସୁଥିବା ବାର୍ଷିକ ଆଧ୍ୟାତ୍ମିକ ପତ୍ରିକା ‘ହୋ ଭଗତେ’ ଉନ୍ମୋଚିତ ହୋଇ ଲୋକାର୍ପିତ ହୋଇଯାଇଛି । ଛେରା ପହଁରା ପରେ ପ୍ରଥମେ ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ କରିବା ସହିତ ଅଙ୍ଗଲାଗି ପୁଷ୍ପ ମାଳ ପ୍ରାପ୍ତ ହୋଇଥିଲେ । ବରଷକେ ଥରେ ରନôବେଦୀ ଛାଡି ଜନ୍ମବେଦୀକୁ ଭାଇ-ଭଉଣୀଙ୍କୁ ସାଥିରେ ଘେନି ବଡ଼ ଦାଣ୍ଡରେ ବଡଠାକୁରଙ୍କୁ ଟାଣି ଟାଣି ନେଇଥିଲେ ଭକ୍ତ । ହଜାର ହଜାର ଭକ୍ତଙ୍କ ଉପସ୍ଥିତି ସହ ଦୋକାନ ବଜାର ମଧ୍ୟ ଭିଡ଼ ବେଶ ଲାଗିଥିବା ଦେଖାଯାଇଛି । ସୁରକ୍ଷା ଦୃଷ୍ଟି କୋଣରୁ ଝାରପୋଖରୀଆ ପୁଲିସ ସହିତ ସୀମାନ୍ତ ମହାବିଦ୍ୟାଳୟ ଓ ସରତପାଳ କଲେଜରେ ଏନଏସଏସ ୟୁନିଟ ରଥର କୋର୍ଡନ ସମ୍ଭାଳିଥିଲେ । ତେବେ ବଡଦାଣ୍ଡର ଅଧା ରାସ୍ତାରେ ଅଟକିଛନ୍ତି ମହାପ୍ରଭୁ ମନୁଆ ଠାକୁର, ଆସନ୍ତାକାଲି ପୁଣି ପ୍ରଭୁ ଭକ୍ତଙ୍କ ଗହଣରେ ପହଞ୍ଚିବେ ମାଉସୀମା ମନ୍ଦିର ।
ଘୁ.ଉଦୟଗିରି ଘୁ.ଉଦୟଗିରି ସହରରେ ମହାପ୍ରଭୁଙ୍କ ରଥଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି । ଏଥିପାଇଁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇ ନିତୀନିର୍ଘଣ୍ଟ କରାଯାଇ ଥିଲା । ସକାଳୁ ରଥ ପ୍ରତିଷ୍ଠା କରାଯିବା ସହିତ ଗେଲାସାହୀ ତ୍ରୀନାଥ ମନ୍ଦିର ତରଫରୁ ଟାହିଆ ପ୍ରସ୍ତୁତ କରି ପଟୁଆରରେ ଅଣା ଯାଇଥିଲା । ପରେ ତିନିଠାକୁରଙ୍କୁ ପହଣ୍ଡି ବିଜେ କରାଯିବା ପରେ ଛେରାପହଁରା ପାଇଁ କେ.ରାମାରାଓ ପାତ୍ରଙ୍କୁ ନିମନ୍ତ୍ରଣ କରାଯିବା ସହିତ ତିନି ରଥ ରେ ଛେରାପହଁରା କରାଯାଇଥିଲା । ପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କ ରଥକୁ ଟଣା ଯାଇ ମାଉସୀ ମା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ମା ଶୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ଟାଣି ଥିଲେ । ଶେଷରେ ଜଗନ୍ନାଥଙ୍କ ରଥକୁ ଶ୍ରଧାଳୁ ଟାଣି ମାଉସୀ ମା ମନ୍ଦିର ସମ୍ମୁଖରେ ଅଟକି ଥିଲା । ପରିଚାଳନା କମିଟି ତରଫରୁ ସଭାପତି ବିନୋଦ ବିହାରୀଙ୍କ ଦାଶତତ୍ୱାବଧାନରେ ଉପ ସଭାପତି ମନୋରଞ୍ଜନ ପତି, ସଂପାଦକ ଅରୁଣ କୁମାର ଷଡଗୀ, କୋଷାଧକ୍ଷ୍ୟ ଅଶୋକ କୁମାର ପାତ୍ର, ଦଣ୍ଡପାଣି ପାଢୀ, କାଳୁ ଚରଣ ପଣ୍ଡା, ରାଜେନ୍ଦ୍ର ମହାପାତ୍ର, ଭଗବାନ ପଣ୍ଡା, ସଞୟ ଆଚାର୍ଯ୍ୟ, ସନ୍ତୋଷ ଆଚାର୍ଯ୍ୟ, ପ୍ରତାପ ପଣ୍ଡା, ସାନ୍ତନୁ ଆଚାର୍ଯ୍ୟ, ଉମା ସାମନ୍ତରାୟ, ସୋମୁ ପତି, ବାଳକ୍ରୁଷ୍ନ ପଣ୍ଡା, ସୀମାଞ୍ଚଳ ଦାଶ, ଅଚୁତ ପଣ୍ଡା, ଚନ୍ଦ୍ର କାନ୍ତ ପଣ୍ଡା, ମାନସ ପଣ୍ଡା କଂ ସହିତ ପୁରୋହିତ ସୁର୍ୟା ନାରାୟଣ ଆଚାର୍ଯ୍ୟ ସହଯୋଗ କରିଥିଲେ । ଟ୍ରାଫିକ ସମସ୍ୟାକୁ ଦ୍ରୁଷ୍ଟିରେ ରଖି ଘୁ.ଉଦୟଗିରି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଥିବା ବେଳେ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସ୍ୱଛାସେବୀ ଯୁବକମାନକଂ ସହିତ ଅଗ୍ନି ସେବାଶମ ବିଭାଗ କର୍ମଚାରୀମାନେ ରଥ ଟଣାରେ ସାହାଯ୍ୟ କରିଥିଲେ ।
ହିଞ୍ଜିିଳିକାଟୁ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ପକ୍ଷରୁ ବିଂଶ ତମ ରଥଯାତ୍ରା ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦିନତମାମ ପାଗ ଅନୁକୂଳ ଥିବାରୁ ରଥଯାତ୍ରା ସକାଶେ ହିଞ୍ଜିିଳିକାଟୁ ସହର ଲୋକାରଣ୍ୟ ହୋଇଥିଲା । ଶ୍ରୀଜୀଉମାନଙ୍କ ନୀତିକାନ୍ତି ଭୋର ୪ ଟା ବେଳେ ମୂଖ୍ୟ ପୂଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ମଙ୍ଗଳ ଆଳତି ଠାରୁ ଆରମ୍ଭ କରି କ୍ରମାନ୍ୱୟରେ ଅବକାଶ, ବଲ୍ଲଭଭୋଗ, ରୋଷହୋମ, ସୂର୍ଯ୍ୟପୂଜା ଆଦି ସମାପନ ହୋଇଥିଲା । ପୂର୍ବାହ୍ନ ସାଢ଼େ ୧୦ ଟାରେ ମହାପ୍ରଭୁଙ୍କ ରଥଯାତ୍ରା କାଳୀନ ଖେଚୁଡି ଭୋଗ ଲାଗିବା ପରେ ମଇଲମ ଓ ସେନାପଟଲାଗି, ଟାହ୍ୟାଲାଗି ହୋଇଥିଲା । ପ୍ରଥମେ ଶ୍ରୀ ସୁଦର୍ଶନ ଓ ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରିଥିଲେ । ପରେ ମନ୍ଦିର ସେବାଧିପତି ଜଗନ୍ନାଥ ସାହୁ ରଥରେ ଛେରାପହଁରା କରିଥିଲେ । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରଜ ନାୟକ ବେହେରା, ବିଡିଓ ସୁଶ୍ରୀ ସାଗରିକା ଷଡଙ୍ଗୀ ଓ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି, ପୌରାଧ୍ୟକ୍ଷ ସୁବାଷ ପୋଲେଇ, ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର, ରଜନୀକାନ୍ତ ପାଢିଙ୍କ ଦ୍ୱାରା ରଥ ଟଣାର ହୋଇଥିଲା । ପୂଜାର୍ଚ୍ଚନା ପରେ ପୁଣି ଥରେ ରଥ ଟଣା ଆରମ୍ଭ ହୋଇ ମିନି ଷ୍ଟାଡିୟମ ପରିସରସ୍ଥ ଅସ୍ଥାୟୀ ଗୁଣ୍ଡିଚା ମଣ୍ଡପ ନିକଟରେ ପହଞ୍ଚିଥିଲା । ମନ୍ଦିର ପ୍ରଶାସନ ସେବକ ନିର୍ମଳ ମିଶ୍ର, କୈଳାସ ସାବତ, ସମ୍ପାଦକ ଲୋକନାଥ ସାହୁ, ଧନସେବକ ହରିହର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ସେହିପରି ପାଟଣା ସାହି ଜଗନ୍ନାଥଙ୍କ ମନ୍ଦିର ପକ୍ଷରୁ ଆୟୋଜିତ ରଥଯାତ୍ରାରେ ଉପଖଣ୍ଡ ଚିକିସôାଳୟର ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ କୁମାର ସାହୁ ରଥ ଉପରେ ଛେରାପହଁରା ନୀତି ସମ୍ପନ୍ନ କରିବା ପରେ ରଥଟଣା ଆରମ୍ଭ ହୋଇଥିଲା । ଅନୁରୂପ ଭାବେ ସ୍ଥାନୀୟ ବ୍ଳକର ବୁରୁପୋଡା, ସାରୁ, କଞ୍ଚୁରୁ, ମକରଝୋଳ, ଦୁର୍ବନ୍ଧ,ଶାସନଆମ୍ବଗାଁ ସମେତ ନିକଟବର୍ତ୍ତୀ ବିଭିନ୍ନ ଗ୍ରାମରେ ରଥଯାତ୍ରା ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି ।