କୁକୁଡା ମଡକ : ଚିନ୍ତାରେ ଚାଷୀ ଓ ବ୍ୟବସାୟୀ


ାା ପ୍ରଭାନୁ୍ୟଜ୍ ।ା ତାଳଚେର : ଏବେ କୁକୁଡା ଚାଷୀ ଓ ବ୍ୟବସାୟୀଙ୍କୁ ଘାରିଲାଣି କୁକୁଡା ମଡକ ଚିନ୍ତା । ସହସହ ବ୍ରଏଲର କୁକୁଡା ଫାର୍ମ ଓ ତାଳଚେର ବ୍ୟବସାୟୀଙ୍କ ମହଲରେ ବଡ ଚିନ୍ତାରକାରଣ ପାଲଟିଛି  । ଏଇ କିଛି ଦିନ ହେବ ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ ଓ ନିମାପଡା ଇତ୍ୟାଦି ଅଂଚଳରେ କୁକୁଡା ମଡକ ସମସ୍ୟା ଦିନକୁଦିନ ସାଙ୍ଘାତିକ ରୂପ ନେଉଛି ଓ ଏହାର ଜରୁରୀ ପ୍ରତିକାର ପାଇଁ ପାଲଟ୍ରି ଫାର୍ମର୍ସ ଡେଭଲପମେଂଟ ଫୋରମ ତରଫରୁ ରାଜ୍ୟ ସମ୍ପାଦକ ପ୍ରଦୁ୍ୟମ୍ନ ପରିଡା ରାଜ୍ୟ ସରକାର ଓ ବିଭାଗୀୟ ମନ୍ତ୍ରୀ ତଥା ଉଚାକର୍ତୃପକ୍ଷ ଙ୍କ ନିକଟରେ ଦାବୀ କରିବା ସହିତ କ୍ଷତିଗ୍ରସ୍ତ କୁକୁଡା ଚାଷୀ ଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ନିବେଦନ କରିଥିବା କୁହାଯାଉଛି  । ରାଜ୍ୟରେ ଚିକେନ ଚାହିଦା ଦିନକୁଦିନ ବୃଦ୍ଧି ପାଉଥିବାବେଳେ କୁକୁଡା ଉତ୍ପାଦନ ନିତ୍ୟାନ୍ତ ଜରୁରୀ  । ଚାହିଦା ଅନୁଯାୟୀ ଉତ୍ପାଦନ ନକରାଯାଇ ପାରିଲେ ଖାଉଟିଙ୍କୁ କୁକୁଡା ଯୋଗାଇବା ଏକ ପ୍ରକାର କଷ୍ଟକର ହୋଇପଡିବ । ଯାହା ଫଳରେ ମାର୍କେଟରେ କୁକୁଡା ମାଂସର ଦର ଅହେତୁକ ମୂଲ୍ୟ ବୃଦ୍ଧି ପାଇବା ମଧ୍ୟ ଆଶଙ୍କା କରାଯାଉଛି  । ବର୍ତମାନ ତାଳଚେର ବଜାରରେ କୁକୁଡା ମାଂସର କିଲୋପ୍ରତି ୨ଶହ ଟଙ୍କା ରହିଥିବା ବେଳେ ଗ୍ରାହକମାନେ ସଙ୍କଚ ନକରି ମାଂସ କ୍ରୟ କରୁଥିବା ଦେଖିବାକୁ ମିଳିଛି  । ତେବେ କୁକୁଡା ମଡକକୁ ନେଇ ଯଦି ଉତ୍ପାଦନ କିମ୍ବା ଆମଦାନୀରେ ବାଧାପ୍ରାପ୍ତ ହୁଏ ତେବେ ଏହାର ଦର ବଜାର, ମାର୍କେଟରେ ଅଧିକ ରହିପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି  । ତେଣୁ ଚାଷୀ ଓ କୁକୁଡା ବ୍ୟବସାୟୀଙ୍କୁ ଏକ୍ଷେତ୍ରରେ ରାଜ୍ୟ ସରକାର ପ୍ରସôାହନ ଯ?ଗାଇ ଦେବାକୁ ଚାଷୀ ଓ କୁକୁଡା ଫାର୍ମ ବ୍ୟବସାୟୀମାନେ ଦାବି କରିଛନ୍ତି  ।