ଭଦ୍ରାୟଣିର ତୃତୀୟ ସନ୍ଧ୍ୟା : ‘କଳା, ସଂସ୍କୃତିକୁ ଉଦ୍ଜୀବିତ କରୁଛି ମହୋତ୍ସବ’
ଭଦ୍ରକ : ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟଣିର ତୃତୀୟ ସନ୍ଧ୍ୟାରେ ମଧ୍ୟ ଅସମ୍ଭବ ଭିଡ ଦେଖିବାକୁ ମିଳିଛି । ଏହି ଦିବସର ସାନ୍ଧ୍ୟ ସଭାରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତ୍ ରାଏ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭଦ୍ରାୟଣି ଆୟୋଜନର ଆଭିମୁଖ୍ୟ ପ୍ରକାଶ କରିବା ଅବସରରେ ଏହା କିପରି ଜିଲ୍ଲାର କଳା, ସଂସ୍କୃତି, ଲୁପ୍ତ ପ୍ରାୟ ଲୋକକଳା, ପରମ୍ପରାର ସୁରକ୍ଷା ଓ ବିକାଶ ଓ ଆଞ୍ଚଳିକ ପ୍ରତିଭାମାନଙ୍କୁ ସୁଯୋଗ ପ୍ରଦାନ କରି ସେମାନଙ୍କର ଦକ୍ଷତା ବିକାଶରେ ସହାୟକ ହୋଇପାରିଛି ବକ୍ତବ୍ୟ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ଭଦ୍ରକ ଏସପି, ମାଡକର ସନ୍ଦୀପ ସମ୍ପତ, ଅତିରିକ୍ତ ମାଜିଷ୍ଟ୍ରଟ ଶାନ୍ତନୁ ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ ପ୍ରମୁଖ ଯୋଗ ଦେଇ ଭଦ୍ରାୟଣିର ସମସ୍ତ କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ କିପରି ଉପଭୋଗ ହୋଇପାରିଛି ପ୍ରକାଶ କରିଥିଲେ । ଭଦ୍ରକର ଭାଷା, ସାହିତ୍ୟ, କଳା, ସଂସ୍କୃତି ଭଦ୍ରାୟଣି ଜରିଆରେ ଆଗକୁ ବଢ଼ୁ ବୋଲି ଅତିଥିମାନେ ଶୁଭ କାମନା କରିଥଲେ । ପରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ବିଭୋର କରିଥିଲା । ବଲିଉଡ ସଙ୍ଗୀତ ତାରକା ଅନନ୍ୟା ଚକ୍ରବର୍ତ୍ତୀଙ୍କ ସୁମଧୁର ସଙ୍ଗୀତ ପରିବେଷଣ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସମ୍ବଲ୍ପୁରୀ ନୃତ୍ୟ, ଅମିତ୍ ଡାନ୍ସ ଗ୍ରୁପର ନୃତ୍ୟ କାର୍ଯ୍ୟକ୍ରମ ସାଙ୍ଗକୁ ଓଲିଉଡ ତାରକା ସୁରମୟୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଦର୍ଶକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଉଦ୍ଘୋଷିକକ୍ଷ ମୁନ୍ମୁନ ସିଂ ମଞ୍ଚ ପରିଚାଳନା କରିଥିଲେ । ସାନ୍ଧ୍ୟ ସଭା ପୂର୍ବରୁ ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଉଦ୍ଘୋଷକ୍ ସଙ୍ଗୀତ ନିଦେ୍ର୍ଦଶକ ଡାନ୍ ସିିଂ ସିଦ୍ଧାର୍ଥ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଓଲଙ୍ଗର ଶିକ୍ଷୟିତ୍ରୀ କକ୍ଷଦମ୍ବରି କରଶର୍ମାଙ୍କ ମଞ୍ଚ ପରିଚାଳନାରେ ସ୍ଥାନୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।