ବ୍ରାଉନସୁଗାର ଜବତ, ୨ ଗିରଫ
ଭଦ୍ରକ: ଭଦ୍ରକ ପୁଲିସକୁ ପୁଣି ଏକ ବଡ ସଫଳତା ମିଳିଛି । ୯ ଲକ୍ଷ ଅଧିକ ଟଙ୍କାର ବ୍ରାଉନ୍ସୁଗାର, ସ୍କୁଟି ଏବଂ ଗୋଟିଏ ହୁ୍ୟଣ୍ଡାଇ ଭର୍ଣ୍ଣା କାର ସହ ଦୁଇ ଭାଇଙ୍କୁ ଗିରଫ କରିଛି ପୁଲିସ । ସୂଚନା ମୁତାବକ ଏସପି ଙ୍କ ର୍ନିେଶ କ୍ରମେ ଭଦ୍ରକ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଖବର ମୁତାବକ ପୁଲିସର ଏକ ଟିମ ଭଦ୍ରକ ଚରମ୍ପା ଅନ୍ତର୍ଗତ ଗୁଣ୍ଠୁଣିଆ ବଜାର ନିକଟରେ ବାଲେଶ୍ୱର ଆଡୁ ଆସୁଥିବା ଏକ ସ୍କୁଟି ଓ ହୁ୍ୟଣ୍ଡାଇ ଭର୍ଣ୍ଣା କାର ଉପରେ ସନେ୍ଦହ କରିଥିଲେ । ଗୁଇନ୍ଦା ବିଭାଗ ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀଙ୍କ ସହ ପୁରା ପୁଲିସ ଟିମ ଅଟକାଇବା ପରେ ଉକ୍ତ ଦୁଇ ଯୁବକଙ୍କ ପାଖରୁ ୯. ୫ ଗ୍ରାମର ବ୍ରାଉନସୁଗାର ଜବତ କରିଥିଲା ପୁଲିସ । ସେହି ଯୁବକଙ୍କ ନିକଟରୁ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛି ପୁଲିସ । ତେବେ ଅଭିଯୁକ୍ତ ଜଣଙ୍କ ଘର ଭଦ୍ରକ ସହରାଞ୍ଚଳ ଥାନା ଚରମ୍ପା ବରଳାପୋଖରୀ ଅଞ୍ଚଳର ଭୀମଚରଣ ନାୟକଙ୍କ ଦୁଇ ପୁତ୍ର କାଁହୁ ଚରଣ ଓ କାଳନ୍ଦୀ ବୋଲି ସୂଚନା ମିଳିଛି । ତେବେ ବାରମ୍ବାର ଏଭଳି ଘଟଣା ବରଳପୋଖରି ଅଞ୍ଚଳରେ ଦେଖିବାକୁ ମିଳୁଥୁବା ବେଳେ ପୁଲିସ ସ୍ୱତନ୍ତ୍ର ନଜର ଦେବା ସହ ଏହି ଗ୍ୟାଙ୍ଗରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି ପୁଲିସ ତଦନ୍ତ କରୁଛି ଏବଂ ଅପରାଧିକ ମାମଲା ଉପରେ ପୁଲିସର କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି ବୋଲି ଭଦ୍ରକ ସହରାଞ୍ଚଳ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା ।