ଭାମଣ୍ଡା କପ୍ କ୍ରିକେଟ ୩ୟ ଦିନ:   ଓଳାଭର ବିଜୟୀ

 ରାଜକନିକା: ରାଜକନିକା ବ୍ଲକ ଭାମଣ୍ଡା ନୃସିଂହ ନାଥ କ୍ରିକେଟ କ୍ଲବ୍ ଆନୁକୂଲ୍ୟରେ ମୁକେଶ ପଟ୍ଟନାୟକଙ୍କ ପ୍ରାୟୋଜିତରେ ଚାଲିଥିବା ଜିଲ୍ଲାସ୍ତରୀୟ ଭାମଣ୍ଡା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳରେ ଓଳାଭର ଆଥଲେଟିକ ଆସୋସିଏସନ ଓଳାଭର ମା' ଅନ୍ନପୂର୍ଣ୍ଣା କ୍ରିକେଟ କ୍ଲବ ହାଟସାହିକୁ ୨ ଓି୍ୱକେଟରେ ପରାସ୍ତ କରି ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ହାଟସାହି ପ୍ରଥମେ ବ୍ୟାଟିଂ କରି ୨୩.୨ ଓଭରରେ ସମସ୍ତ ଓି୍ୱକେଟ ହରାଇ ୧୭୫ ରନ କରିଥିବାବେଳେ, ଓଳାଭର ୨୪.୩ ଓଭରରେ ୮ ଓି୍ୱକେଟ ହରାଇ ୧୭୬ ରନ କରି ବିଜୟ ଲାଭ କଲା । ଏହି ଖେଳରେ ଅତିଥି ଭାବେ ଅବସର ପ୍ରାପ୍ତ ସୈନିକ ଉମେଶ ଚନ୍ଦ୍ର ନାୟକ ଯୋଗ ଦେଇ ଓଳାଭର ଟିମ ର ରଶ୍ମି ରଞ୍ଜନ ଗୁରୁଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ । ବିଭୁତି ଭୂଷଣ ସ୍ୱାଇଁ ଓ ନିରଞ୍ଜନ ଦାସ ଖେଳ ପରିଚାଳନା କରିଥିଲେ । ପ୍ରଜ୍ଞାଜିତ ନାୟକ ରିତେଶ ସାମଲ, ଚିରଞ୍ଜିବି ନାୟକ, ଆଶୁତୋଷ ଶତପଥି, ମୁକେଶ ନାୟକ ଓ ରାହୁଲ ମହାନ୍ତି ମନୋରଞ୍ଜନ ବିଶ୍ୱାଳ ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।