ବୈତରଣୀ ରୋଡ ରେଳ ଷ୍ଟେସନକୁ ମଡ଼େଲ ଷ୍ଟେସନ କରିବାକୁ ଦାବି
ବୈତରଣୀ ରୋଡ : ପୂର୍ବତଟ ରେଳବଥର ବୈତରଣୀ ରୋଡ଼ ରେଳଷ୍ଟେସନକୁ ମଡ଼େଲ ଷ୍ଟେସନ କରିବାକୁ ଦାବି କରାଯାଇଛି । ବରୁଣ୍ଡେଇ କଲ୍ୟାଣ ମଣ୍ଡପ ଠାରେ କୋରେଇ ବ୍ଲକର ୮ଟି ପଂଚାୟତର ଜନପ୍ରତିନିଧି, ବୃଦ୍ଧିଜୀବୀ ଓ ଶିକ୍ଷାବିତଙ୍କୁ ନେଇ ଏକ ବୈଠକ ରବିବାର ସମାଜସେବୀ ସୁରେନ୍ଦ୍ର ପାଣୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ପୂର୍ବତନ ଜିଲା ପରିଷଦ ସଭ୍ୟ ହରେକୃଷ୍ଣ ସାହୁ ଅଧ୍ୟକ୍ଷତା କରିଥିଲେ । ବୈଠକରେ ବୈତରଣୀ ରୋଡ ରେଳ ଷ୍ଟେସନକୁ ଏକ ମଡ଼େଲ ଷ୍ଟେସନ କରିବା ସହ ଏହାର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରାଯାଇଥିଲା । ବୈଠକରେ କୋରେଇ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ଦାସ, ଅନିରୁଦ୍ଧ ଖଣ୍ଡାଇ, ପୂର୍ବତନ ସରପଂଚ ଉଦୟନାଥ ପରିଡା, ସୌଭାଗ୍ୟ କୁମାର ମହାନ୍ତି, ନବଘନ ଦାସ, ସମିତିସଭ୍ୟ ରଶ୍ମୀରଂଜନ ପରିଡା, ସରପଂଚ ସତ୍ୟାନନ୍ଦ ମହାପାତ୍ର, ରାମକୃଷ୍ଣ ମହାନ୍ତି, କିଶୋର କୁମାର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଦାସ, ସୁଧିର ମହାନ୍ତି, ପ୍ରଦୀପ ମହାପାତ୍ର, ବୃନ୍ଦାବନ ସାହୁ, କୃଷ୍ଣଚନ୍ଦ୍ର ବେହେରା, ବୈଲୋଚନ ପରିଡା, ଶରତ ଜେନା, ସଦାଶିବ ରାଉତ, ହେମନ୍ତ କୁମାର ସିଂ, ଗୋପିନାଥ ଜେନା, ନାରାୟଣ ଦାଉତ, ପ୍ରକାଶ କୁମାର ସାହୁ, ଅଶୋକ କୁମାର ସାହୁ, ଆଲୋକ ମଲିକ ସମେତ ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଆଲେଚନାରେ କୁହାଯାଇଥିଲା କି ବ୍ରିଟିଶ ଶାସନ କାଳରେ ଯାଜପୁର ଜିଲାରେ ବୈତରଣୀ ରୋଡ଼ ଷ୍ଟେସନ ହୋଇଥିଲା । ଯେତେ ବେଳେ ସଡକ ପଥର ସୁବିଧା ନଥିଲା ସେହି ସମୟରେ ଯାତ୍ରୀ ଏହି ଷ୍ଟେସନକୁ ଗମନା ଗମନର ମୁଖ୍ୟ ବୋଲି ଭାବୁଥିଲେ । କଟକ ପରେ ଯାଜପୁର ଜିଲାରେ ବୈତରଣୀ ରୋଡ ଥିଲା ପ୍ରମୁଖ ଷ୍ଟେସନ । ଦିନଥିଲା ଲୋକେ ଏହି ଷ୍ଟେସନରୁ ଓହ୍ଲାଇ ବୈତରଣୀ ନଦୀ କୂକେକୂଳେ ମା’ବିରଜାଙ୍କୁ ଦର୍ଶନ କରିବା ପାଇଁ ପାଦରେ ଚାଲିଚାଲି ଯାଉଥିଲେ । ଦିନକୁ ଦିନ ଏହି ଷ୍ଟେସନ ରୁଗୁଣ ଆଡକୁ ଗତିକରିବା ଓ ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଯୋଗୁ ଷ୍ଟେସନଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ଅଂଚଳବାସୀଙ୍କ ପକ୍ଷରୁ ଷ୍ଟେସନର ଉନ୍ନତି ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ମଧ୍ୟ ଏଯାବତ୍ କୌଣସି ପ୍ରତିକାର କରାଯାଉ ନାହିଁ ।