ରାମ ଭକ୍ତଙ୍କୁ ପ୍ରସାଦରେ ବିଷ ଦେଇଥିବା ଅଭିଯୋଗ
ନବରଙ୍ଗପୁର : ଗାଁ ବାଲିଯାତ୍ରା ସମୟରେ ପୂଜାରୀ ଙ୍କ ଦ୍ୱାରା ତିନିଜଣ ରାମ ଭକ୍ତ ଙ୍କୁ ପ୍ରସାଦ ରେ ବିଷ ଦିଆଯାଇଥିବା ଅଭିଯୋଗ ନେଇ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ରାମ ଭକ୍ତ । ଅଭିଯୋଗ ଅନୁସାରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଏକମ୍ବା ଗ୍ରାମରେ ଗତ ମେ ୨୬ ତାରିଖ ଦିନ ୧୨ ବର୍ଷୀୟ ବାଲିଯାତ୍ରା ଅନୁଷ୍ଠିତ ହୋଇଥିଲା । ତେବେ ବାଲିଯାତ୍ରା ପରମ୍ପରା ଅନୁସାରେ ଗାଁ ମଧ୍ୟରେ ପଟୁଆର ପରିକ୍ରମା ସମୟରେ ବାଲିଯାତ୍ରାର ମୁଖ୍ୟ ଭିମା ଭୀମାଣି ମୂର୍ତ୍ତିକୁ ଆଣିବାରେ ବିଳମ୍ବ ହୋଇଥିଲା । ଯାହାକୁ ନେଇ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଗ୍ରାମର କିଛି ଚକ୍ରାନ୍ତକାରୀ ବ୍ୟକ୍ତି ଦିଶାରୀଙ୍କ ଦ୍ୱାରା ତିନି ଜଣ ରାମ ଭକ୍ତଙ୍କୁ ପ୍ରସାଦ ସେବନ କରିବା ପାଇଁ ଦେଇଥିଲେ । ପ୍ରସାଦ ସେବନ କରିଥିବା ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ପରେ ଡଙ୍ଗରଭେଜା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମେଡ଼ିକାଲରେ ଡକ୍ଟର ତାଙ୍କୁ ବିଷ ଦିଆଯାଇଥିବା ସୂଚନା ଦେଇଥିବା ଅଭିଯୋଗ କରିଛନ୍ତି ରାମ ଭକ୍ତ । ସୁସ୍ଥ ହୋଇ ମେଡ଼ିକାଲରୁ ଘରକୁ ଫେରିବା ପରେ ଗ୍ରାମର ସମସ୍ତ ରାମ ଭକ୍ତ ଏକାଠି ହୋଇ ପ୍ରଥମେ ଡଙ୍ଗରଭେଜା ଫାଣ୍ଡି ଓ ପରେ ନବରଙ୍ଗପୁର ଆସି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନକୁ ଅଭିଯୋଗ ପତ୍ର ଦେଇ ଦୋଷୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।