ଭାରତ ଆସିବେ ଆମେରିକା ଉପ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ଉପ ରାଷ୍ଟ୍ରପତି ଜେଡି ଭାନ୍ସ । ଆସନ୍ତା ଏପ୍ରିଲ୍ ୧୮ରେ ସେ ଭାରତ ଗସ୍ତ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏ ଅବସରରେ ସେ ଦୁଇ ରାଷ୍ଟ୍ରର ଅର୍ଥନୀତି ଏବଂ ଜିଓ ପଲିଟିକ୍ସ ବିଷୟରେ ମୋଦିଙ୍କ ସହ ଆଲୋଚନା କରିବେ ବୋଲି ହ୍ୱାଇଟ୍ହାଉସ୍ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ନୂଆଦିଲ୍ଲୀ ସମେତ ସେ ରାଜସ୍ଥାନର ଜୟପୁର ଏବଂ ଆଗ୍ରା ଭଳି ବିଭିନ୍ନ ସ୍ଥାନ ବୁଲି ଦେଶର ସାଂସ୍କୃତିକ ଐତିହ୍ୟ ବୁଲି ଦେଖିବେ । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାନ୍ସଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବା ସହ ଫେବ୍ରୁଆରୀ ୧୩ରେ ହୋଇଥିବା ଭାରତ-ଆମେରିକା ଚୁକ୍ତିକୁ ମଧ୍ୟ ମଜଭୁତ କରିବ । ଏ ଅବସରରେ ସେ ଭାରତ ପରେ ୨୪ରେ ଇଟାଲୀ ମଧ୍ୟ ଗସ୍ତ କରିବେ । ତେବେ ଦେଶର କାର୍ଯ୍ୟଭାର ଗ୍ରହଣ କରିବା ପରେ ଭାନ୍ସଙ୍କ ଏହା ଦ୍ୱିତୀୟ ଗସ୍ତ ହୋଇଥିବା ବେଳେ ଏହା ପୂର୍ବରୁ ସେ ଫ୍ରାନ୍ସ ଏବଂ ଜର୍ମାନୀ ଗସ୍ତ କରିଛନ୍ତି ।