ଭାରତ ମାତା କି ଜୟ ଧ୍ୱନିରେ ପ୍ରକମ୍ପିତ ପଥ

କେନ୍ଦୁଝର ଜିଲା ପାଟଣା ବ୍ଲକରେ ବୁଧବାର ପାଟଣା ମଣ୍ଡଳ ଭାଜପା ତରଫରୁ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ବାଇକ୍ ରାଲି ଓ ଶୋଭାଯାତ୍ରା ମଲ୍ଲିପୋଷିଠାରୁ ଆରମ୍ଭ ହୋଇ ସାଧୁପଡ଼ା ଦେଇ ପାଟଣା ବଜାର ପରିକ୍ରମା କରି ଆନନ୍ଦେଶ୍ୱର ଶିବ ମନ୍ଦିରରେ ଶେଷ ହୋଇଛି। ହରଘର ତ୍ରିରଙ୍ଗା ଓ ଭାରତ ମାତା କି ଜୟ ଧ୍ୱନି ଓ ଜାତୀୟତାବାଦୀ ଗୀତରେ ରାଜରାସ୍ତା ପ୍ରକମ୍ପିତ ହୋଇଥିଲା। ପ୍ରଥମେ ମଲ୍ଲିପୋଷି ଦାରା ସିଂ ଛକସ୍ଥିତ ଶହୀଦ ଅକ୍ଷୟ କୁମାର ବେଜଙ୍କ ପ୍ରତିମୂର୍ତ୍ତିରେ ଭାଜପା ନେତାମାନେ ପୁଷ୍ପମାଲ୍ୟ ଅର୍ପଣ ପରେ ବିରାଟ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାପରେ ସାମ ହନୁମାନ ମନ୍ଦିର ପାଖରୁ ତ୍ରିରଙ୍ଗା ପଦଯାତ୍ରା ବାହାରି ଥିଲା।
କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ପାଟଣା ବିଧାୟକଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ରାଜ୍ୟ ଭାଜପା କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ପୂର୍ବତନ ସାହାରପଡ଼ା ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ, ପାଟଣା ମଣ୍ଡଳ ସଭାପତି ବ୍ରଜବନ୍ଧୁ ସେଠୀ, ପୂର୍ବତନ ମଣ୍ଡଳ ସଭାପତି ରମେଶ ମହାନ୍ତ, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ବରିଷ୍ଠ ଭାଜପା ନେତା ଯୁଗୋଳ କିଶୋର ଦାଶ, ଆଇନଜୀବୀ ମହେଶ୍ୱର ପୃଷ୍ଟି, ସୁବ୍ରତ କୁମାର ଦ୍ୱିବେଦୀ, ମୋହନ ସୁନ୍ଦର ମହାନ୍ତ, ଦିଲ୍ଲୀପ କୁମାର ନାଏକ, ଯତୀନ୍ଦ୍ର ନାଥ ଦାଶ ମହିଳା ନେତ୍ରୀ ଦାଶ ମତି ଚାତାର, ସୋମବାରୀ ମୁଣ୍ଡା, ଡଲି ପାତ୍ରଙ୍କ ସହ ହଜାର ହଜାର ଭାଜପା ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।