ଭାରତର ସ୍ପଷ୍ଟ ବାର୍ତ୍ତା : ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ କୌଣସି ମଧ୍ୟସ୍ଥତା ଗ୍ରହଣ କରାଯିବନି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍ କଲ୍‌ରେ କଥାବାର୍ତ୍ତା ହୋଇଛି । ବୈଦେଶିକ ସଚିବ ବିକ୍ରମ ମିସ୍ରି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କ ସହ ଅପରେସନ ସିନ୍ଦୂର ଏବଂ ପାକିସ୍ତାନ ପ୍ରସଙ୍ଗ ବିଷୟରେ କଥା ହୋଇଥିଲେ । ମୋଦୀ କହିଛନ୍ତି, ଅପରେସନ ସିନ୍ଦୂର ଏବେ ବି ଚାଲିଛି । କାନାଡାରେ ଜି-୭ ଶିଖର ସମ୍ମିଳନୀ ସମୟରେ ତାଙ୍କର ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବାର ଥିଲା, କିନ୍ତୁ ଟ୍ରମ୍ପ ପୂର୍ବରୁ ଚାଲିଯାଇଥିଲେ ।

ସେଥିପାଇଁ ଦୁହେଁ ଫୋନରେ କଥା ହୋଇଥିଲେ । କଥାବାର୍ତ୍ତା ସମୟରେ ମୋଦୀ ଟ୍ରମ୍ପଙ୍କୁ ଭାରତ ଆସିବାକୁ ଅନୁରୋଧ କରିଥିଲେ ଏବଂ ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ସେ ଭାରତ ଆସିବାକୁ ଆଗ୍ରହୀ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ପ୍ରାୟ ୩୫ ମିନିଟ୍ କଥା ହୋଇଥିଲେ । ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ ମାଧ୍ୟମରେ ସମବେଦନା ଜଣାଇଥିଲେ ଏବଂ ଆତଙ୍କବାଦ ବିରୁଦ୍ଧରେ ସମର୍ଥନ ଜଣାଇଥିଲେ । ଏହା ପରେ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଆଲୋଚନା ଥିଲା । ତେଣୁ ଅପରେସନ ସିନ୍ଦୂର ବିଷୟରେ ବିସ୍ତୃତ ଆଲୋଚନା ହେଇେଛି ।