ମୁମ୍ବାଇ କମ୍ପାନୀ ଉପରେ ଇଡ଼ି ଚଢାଉ : ୪୫୦୦ କୋଟି ଠକେଇ

ମୁମ୍ବାଇ କମ୍ପାନୀ ଉପରେ ଇଡ଼ି ଚଢାଉ  : ୪୫୦୦ କୋଟି ଠକେଇ

ନୂଆଦିଲ୍ଲୀ:  ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ୪,୫୦୦ କୋଟି ଟଙ୍କାର ନିବେଶ ଠକେଇ ମାମଲାରେ ମୁମ୍ବାଇର ଏକ ସଂସ୍ଥା ଏବଂ ଏହାର ପ୍ରମୋଟରଙ୍କ ସହ ଜଡ଼ିତ ୪ଟି ସ୍ଥାନରେ ଚଢ଼ାଉ କରିଛି । ପ୍ରାୟ ୫ ଲକ୍ଷ ନିବେଶକ ଠକେଇର ଶିକାର ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସେବି ଆଇନ, ୧୯୯୨ର ଉଲ୍ଲଂଘନ କରୁଥିବା ସାମୂହିକ ନିବେଶ ଯୋଜନା ସଂକ୍ରାନ୍ତରେ ଫେବ୍ରୁଆରି ୨୮ ତାରିଖରେ ପାନ କାର୍ଡ କ୍ଲବ୍ ଲିମିଟେଡ୍ ଏବଂ ଅନ୍ୟାନ୍ୟ ସହ ଜଡ଼ିତ ସ୍ଥାନଗୁଡ଼ିକୁ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ), ୨୦୦୨ର ବ୍ୟବସ୍ଥା ଅନୁଯାୟୀ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ମୁଖ୍ୟ ଅଭିଯୁକ୍ତ ପାନକାର୍ଡ କ୍ଲବ୍ ଲିମିଟେଡ୍ର ତକôାଳୀନ ନିଦେ୍ର୍ଦଶକ ସ୍ୱର୍ଗତ ସୁଧୀର ମୋରାଭେକରଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ବିଦେଶ ସମ୍ପତ୍ତିର ବିବରଣୀ ସମ୍ବଳିତ ବିଭିନ୍ନ କାଗଜପତ୍ର ମିଳିଥିଲା । ଏହି ସମ୍ପତ୍ତି ଲିଜ୍ ଆକାରରେ ଭଡ଼ା ଆଦାୟ କରୁଥିବା ଜଣାପଡ଼ିଛି । ଭାରତୀୟ ଦଣ୍ଡବିଧି ସଂହିତା ଏବଂ ମହାରାଷ୍ଟ୍ର ଜମାକାରୀଙ୍କ ସ୍ୱାର୍ଥ ସୁରକ୍ଷା (ଆର୍ଥିକ ପ୍ରତିଷ୍ଠାନ) ଆଇନ, ୧୯୯୯ (ଏମପିଆଇଡି)ର ବିଭିନ୍ନ ଧାରା ଅନୁଯାୟୀ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ପାନକାର୍ଡ କ୍ଲବ ଲିମିଟେଡ ଏବଂ ଅନ୍ୟମାନଙ୍କ ବିରୋଧରେ ରୁଜୁ କରିଥିବା ଏଫଆଇଆର ଆଧାରରେ କେନ୍ଦ୍ରୀୟ ଏଜେନ୍ସି ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ଇଡିର ଅନୁସନ୍ଧାନରୁ ଜଣାପଡିଛି ଯେ ପାନକାର୍ଡ କ୍ଲବ ଏବଂ ଏହାର ନିଦେ୍ର୍ଦଶକମାନେ ସେବି ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିୟମକୁ ଉଲ୍ଲଂଘନ କରି ହୋଟେଲ ରିହାତି, ଦୁର୍ଘଟଣା ବୀମା ଏବଂ ଜମା ଉପରେ ଅଧିକ ରିଟର୍ଣ୍ଣ ଭଳି ସୁବିଧା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇ ତିନିରୁ ନଅ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଅବଧିର ବିଭିନ୍ନ ନିବେଶ ଯୋଜନା ଆରମ୍ଭ କରିଥିଲେ । ଆଣ୍ଟି ମନି ଲଣ୍ଡରିଂ ଏଜେନ୍ସି ଆହୁରି ମଧ୍ୟ କହିଛି ଯେ ଏହି ଚଢ଼ାଉରେ ସହ ଅଭିଯୁକ୍ତ ବ୍ୟକ୍ତି ବିଶେଷ ଏବଂ ମୋରାଭେକରଙ୍କ ପରିବାର ସଦସ୍ୟମାନେ ସମ୍ପତ୍ତିର ବିକ୍ରି ଏବଂ ବେଆଇନ ଭାବେ ଆଦାୟ ହୋଇଥିବା ଟଙ୍କାକୁ ବେଆଇନ କାରବାର କରିବାକୁ ଉଦ୍ୟମ କରୁଥିବା ଦସ୍ତାବିଜରୁ ପ୍ରମାଣ ମିଳିଛି । ସର୍ଚ୍ଚ ଅପରେସନ ସମୟରେ ଡିଜିଟାଲ ରେକର୍ଡ ମିଳିବା ସହ ଜବତ କରାଯାଇଛି ।