ଟ୍ରମ୍ପଙ୍କ ଶପଥ ସମାରୋହ : ଯୋଗଦେଲେ ବିଶ୍ୱର ରାଜନେତା 

ଟ୍ରମ୍ପଙ୍କ ଶପଥ ସମାରୋହ : ଯୋଗଦେଲେ ବିଶ୍ୱର ରାଜନେତା 

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ଡୋନାଲ୍ଡ ଟ୍ରମ୍ପ୍ଙ୍କ ଶପଥ ଗ୍ରହଣ ଉତ୍ସବରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସମେତ ବିଶିଷ୍ଟ ରାଜନେତା ଓ ପ୍ରମୁଖ ଅଧିକାରୀଙ୍କ ଯୋଗ ଦେଇଥିଲେ । ଡୋନାଲ୍ଡ ଟ୍ରମ୍ପ୍ଙ୍କ ନିମନ୍ତ୍ରଣ ରକ୍ଷା କରି  ଭାରତ, ଚୀନ, ଜାପାନ, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ହଙ୍ଗେରୀ, ଇଟାଲୀ, ଇଂଲଣ୍ଡ, ଫ୍ରାନ୍ସ, ୟୁରୋପୀୟ କମିଶନ ମୁଖ୍ୟ ଉର୍ସୁଲା ଭୋନ୍ ଡେର୍ ଲିନ୍, ଜର୍ମାନୀ, ବ୍ରାଜିଲ୍  ସମେତ ଅନ୍ୟାନ୍ୟ ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ରଦୂତ, ମୁଖ୍ୟ ପ୍ରଶାସନିକ ଅଧିକାରୀ, ବୈଦେଶିକ ମନ୍ତ୍ରୀ ଏବଂ ପ୍ରମୁଖ ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀମାନେ ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି । ଭାରତ ପକ୍ଷରୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିବର୍ତ୍ତେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଯୋଗ ଦେଇ ଭାରତର ଉପସ୍ଥିତିକୁ ମଜଭୁତ କରିଛନ୍ତି । ସେହିପରି ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ପରିବର୍ତ୍ତେ ଉପ ରାଷ୍ଟ୍ରପତି ହାନ୍ ଜେଙ୍ଗ୍, ଜାପାନ ବୈଦେଶିକ ମନ୍ତ୍ରୀ ଟେକ୍ସାଇ ଇୱାୟା, ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ୍, ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର୍ ମିଲେୟୀ, ହଙ୍ଗେରୀରୁ ଭିକ୍ଟର୍ ଅର୍ବାନ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ, ଇଂଲଣ୍ଡ ପ୍ରଧାନମନ୍ତ୍ରୀ କେଇର୍ ଷ୍ଟାର୍ମର୍ଙ୍କ ପରିବର୍ତ୍ତେ ତାଙ୍କ ପ୍ରତିନିଧି ଭାବେ ନାଇଜେଲ୍ ଫାରାଗେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାର୍କୋନ୍ଙ୍କ ପରିବର୍ତ୍ତେ ତାଙ୍କ ପ୍ରତିନିଧି ଭାବେ ଏରିକ୍ ଜେମର୍, ଜର୍ମାନୀ ରାଷ୍ଟ୍ରପତିଙ୍କ ପରିବର୍ତ୍ତେ ତାଙ୍କ ପ୍ରତିନିଧି ରାଷ୍ଟ୍ରଦୂତ ଆଣ୍ଡ୍ରିଆସ୍ ମାଇକାଲିସ୍, ବ୍ରାଜିଲ୍ ରାଷ୍ଟ୍ରପତି ଜେର୍ ବୋଲ୍ସୋନାରୋଙ୍କ ସମେତ ଅନ୍ୟାନ୍ୟ ରାଷ୍ଟ୍ରର ମୁଖିଆ ମାନେ ଟ୍ରମ୍ପ୍ଙ୍କ ଏହି ଭବ୍ୟ ସମାରୋହରେ ଯୋଗ ଦେଇ ତାଙ୍କ ଆତିଥ୍ୟେୟତାର ପଦମର୍ଯ୍ୟାଦା ମଣ୍ଡନ କରିଛନ୍ତି ।