ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ : ପଞ୍ଚାୟତିରାଜ ଦିବସରେ ଚେୟାର ଶୁଣିଲେ ଭାଷଣ
ବନ୍ତ : ସାରା ଦେଶ ଆଜି ପଞ୍ଚାୟତିରାଜ ଦିବସ ପାଳନ କରିଛି । ଏହି ଅବସରରେ ଭଦ୍ରକଜିଲ୍ଲା ବନ୍ତ ବ୍ଲକ୍ରେ ଅବ୍ୟବସ୍ଥା ଭିତରେ ଏହି ଦିବସ ପାଳନ ସମ୍ପନ୍ନ ହୋଇଛି । ପ୍ରÿଣ୍ଡ ଖରା ଓ ଗୁଳୁଗୁଳି ସତ୍ତ୍ୱେ ବିଭିନ୍ନ ପଞ୍ଚାୟତରୁ କିଛି ମହିଳାମାନେ ସକାଳ ସାଢେ ୯ଟାରୁ ଆସି ବ୍ଲକ୍ରେ ପହଞ୍ଚିଥିଲେ ହେଲେ ଧାର୍ଯ୍ୟ ସମୟ ଠାରୁ ୨ ଘଣ୍ଟା ବିଳମ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୨୫ ପଞ୍ଚାୟତରୁ ୩ ରୁ ୪ ଜଣ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ । ଆରମ୍ଭରୁ ବହୁ ଚେୟାର ଖାଲି ପଡ଼ିଥିବା ବେଳେ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପ୍ରସାରଣ ବେଳକୁ ସଭାସ୍ଥଳ ସମ୍ପୂର୍ଣ ଖାଲି ପଡିଥିଲା । ଏପରିକି ନିଜ ବକ୍ତବ୍ୟ ପରେ ବ୍ଲକ୍ ଅଧ୍ୟକ୍ଷ ମଞ୍ଚ ଛାଡି ପଳାଇଥିଲେ । ସଭା ଶେକୁ କେତେକ ହାତଗଣତି ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛାଡି ଦେଲେ କାର୍ଯ୍ୟକ୍ରମ ସ୍ଥଳରେ ଆଉ କେହି ନ ଥିଲେ । ସେହିପରି ବ୍ଲକର ୬୬ ଜଣ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରିବାକୁ ଥିବାବେଳେ, କୌଣସି ହିତାଧିକାରୀ ନ ଥିବାରୁ ତାହା ବଣ୍ଟା ଯାଇପାରି ନଥିଲା । ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ, ସାଂସଦ ପ୍ରତିନିଧି ସନ୍ତୋଷ ନାୟକ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ ପ୍ରମୁଖ ଦିବସ ପାଳନଉଦେ୍ଦଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଭଳି ଅବ୍ୟବସ୍ଥାକୁ ନେଇ ବ୍ଲକ ଅଧ୍ୟକ୍ଷ ଶ୍ରୀ ଘଡେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେହିପରି ବନ୍ତ ସମିତି ସଭ୍ୟ ଶ୍ରୀ ବାରିକ ଏଭଳି ଭଳି ଅବ୍ୟବସ୍ଥାକୁ ନାପସନ୍ଦ କରିବା ସହିତ ବ୍ଲକର ସୁନାମ କ୍ଷୁର୍ଣ୍ଣ ହେଲା ବୋଲି କହିଥିଲେ । ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏହିଭଳି ପରିସ୍ଥିତି ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ପାଲଟିଛି । ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବି ଜୋର ଧରିଛି ।