ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

 ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଜାମୁଡ଼ିହା ପଞ୍ଚାୟତ ମଲ୍ୟାଣି ଗାଁ ର ଆଦିକନ୍ଦ ବିଶ୍ୱାଳଙ୍କ ଫାର୍ମ ହାଉସରେ ଆଜି ଦିନ ୨ଟା ସମୟରେ ସେହି ଗାଁ ର ଚିନ୍ତାମଣି ବିଶ୍ୱାଳ ଘାସ କାଟିବାକୁ ଯାଇଥିବା ବେଳେ, ସ୍ୱର୍ଣ୍ଣଚୁଡ ପାହାଡରୁ ଏକ ଭାଲୁ ଅତର୍କିତ ଭାବେ ଚିନ୍ତାମଣିଙ୍କୁ ଆକ୍ରମଣ କରିଥିଲା । ଚିନ୍ତାମଣିଙ୍କ ଚିକôାର ଶୁଣି ଫାର୍ମ ହାଉସରେ ଅନ୍ୟ ଲୋକେ ଭାଲୁ ଟିକୁ ଗୋଡ଼ାଇ ଥିଲେ ଫଳରେ ଭାଲୁଟି ପଳେଇ ଯାଇଥିଲା । ହେଲେ ଭାଲୁ ଆକ୍ରମଣରେ ଚିନ୍ତାମଣିଙ୍କ ବାମ ପାଖ ହାତରେ ଗଭୀର କ୍ଷତ ହୋଇଥିଲା । ଫାର୍ମ ହାଉସର ମାଲିକ ବନୋଜ କୁମାର ବିଶ୍ୱାଳ ତୁରନ୍ତ ଚିନ୍ତାମଣିଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତି କରିଥିବା ଜଣା ଯାଇଛି । ଏବେ ଚିନ୍ତାମଣିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡ଼ାକ୍ତର ଖାନା ସୂତ୍ରରୁ ସୂଚନା ମିଳିଛି ।