ଡାଲମିଆ ସିମେଣ୍ଟ ପକ୍ଷରୁ ସମ୍ମାନ କାର୍ଯ୍ୟକ୍ରମ
ଭୁବନେଶ୍ୱର : ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ (ଡିସିବିଏଲ), ଭାରତର ଅଗ୍ରଣୀ ସିମେଣ୍ଟ ନିର୍ମାତା ମାନଙ୍କ ମଧ୍ୟରୁ ଅନ୍ୟତମ, ‘ସେଲୁଟିଂ ୭୮’ ମାଧ୍ୟମରେ ଦେଶର ୭୮ତମ ସ୍ୱାଧୀନତା ଦିବସକୁ ସ୍ମରଣ କରିଛି । ଏହି ଉପଲକ୍ଷେ ପୂର୍ବ ଭାରତର ଯୁଦ୍ଧ ବୀର ଏବଂ ପୂର୍ବତନ ସୈନିକମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିହାର, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ୭୮ ଜଣ ଯୁଦ୍ଧ ବୀରଙ୍କୁ ସମ୍ମାନିତ କରାଯାଇଥିଲା । ଓଡ଼ିଶାରେ, ୨୫ ଜଣ ପୂର୍ବତନ ସୈନିକଙ୍କୁ ସେମାନଙ୍କର ଅସାଧାରଣ ସାହସ ଏବଂ ଦେଶ ପ୍ରତି ସମର୍ପିତ ସେବା ପାଇଁ ସମ୍ମାନିତ କରାଯାଇଥିଲା । ପ୍ରତ୍ୟେକ ଯୁଦ୍ଧ ବୀରଙ୍କୁ ଏକ ପ୍ଲାକ, ଟ୍ରଫି, ଶାଲ, ଭାରତୀୟ ଜାତୀୟ ପତାକା ଏବଂ ୭୮ ଜଣ ସମ୍ମାନିତ ଯୁଦ୍ଧ ବୀରଙ୍କୁ ନେଇ ଏକ ସ୍ମାରକୀ ଆଲବମ ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ନାଗରିକ, ସ୍କୁଲ ଛାତ୍ରଛାତ୍ରୀ, ସମାଜର ନେତା ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଉସôାହର ସହ ଭାଗ ନେଇଥିଲେ ।ଏହି ଉଦ୍ୟମ ସମ୍ପର୍କରେ ମନ୍ତବ୍ୟ ଦେଇ ରାଜଗାଙ୍ଗପୁର ଡିସିବିଏଲର ଇଉନିଟ ମୁଖ୍ୟ ଚେତନ ଶ୍ରୀବାସ୍ତବ କହିଛନ୍ତି, "୮୫ ବର୍ଷରୁ ଅଧିକ ସମୟ ଧରି ଡାଲମିଆ ସିମେଣ୍ଟ କେବଳ ଭିତ୍ତିଭୂମି ନିର୍ମାଣ ପାଇଁ ନୁହେଁ, ବରଂ ଦେଶକୁ ଏକତା ରଖୁଥିବା ମୂଲ୍ୟବୋଧକୁ ସମୁନ୍ନତ ରଖିବା ପାଇଁ ମଧ୍ୟ ଦୃଢ଼ ରହିଛି । ସେଲୁ୍ୟଟିଂ ୭୮’ ମାଧ୍ୟମରେ ଏହି ବ୍ରାଣ୍ଡ ସମୂହରେ ସେହି ସମ୍ମାନିତ ଯୁଦ୍ଧ ବୀରଙ୍କୁ ସମ୍ମାନ ଜଣାଇଛି, ଯାହାଙ୍କର ସାହସ ଏବଂ ତ୍ୟାଗ ଆମର ସ୍ୱାଧୀନତାର ଭିତ୍ତିଭୂମି ଗଠନ କରିଛି ।