ଟମକା-ମଙ୍ଗଳପୁର ମୁଖ୍ୟରାସ୍ତାରେ ଖାଲ

 କାଳିଆପାଣି: ସୁକିନ୍ଦା ବ୍ଲକ ମଙ୍ଗଳପୁର ନିକଟରେ ଥିବା (ଟ୍ରେନ ଲାଇନ)କଣ୍ଡରା ନାଳ ପୋଲ କଡ ରାସ୍ତା ଉପରେ ଏକ ବିରାଟ ଖାଲ ହୋଇଯାଇଛି । ପ୍ରତିଦିନ ଶହଶହ ଟ୍ରକ ଏବଂ ଅନ୍ୟ ଯାନବାହାନ ଏହି ରାସ୍ତାରେ ଯିବାଆସିବା କରିଥାନ୍ତି । କେବେବି କେହି ଅଜାଣତରେ ବା ଅସାବଧାନତା ଯୋଗୁଁ ସେହି ଖାଲ ଭିତରେ ପଡ଼ି ଖଣ୍ଡିଆ ଖାବରା ବା ମୃତୁ୍ୟ ମୁଖରେ ପଡିବାର ସମ୍ଭାବନା ରହିଛି । ତେବେ ଅନେକ ଦିନରୁ ଏହି ଖାଲଟି ହୋଇଥିଲେ ହେଁ ଖାଲଟିକୁ ମରାମତି କରାଯାଇନାହିଁ । ସୁକିନ୍ଦା ବ୍ଲକର ଅତି ନିକଟରେ ଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଏହାପ୍ରତି କେବେ ଦୃଷ୍ଟି ପକେଇବେ ତାହା ଦେଖିବାକୁ ବାକିରହିଲା । ତେବେ ଅତି ଆଶ୍ଚର୍ଯ୍ୟର ବିଷୟ ଖଣି ଖାଦାନ ଅଳରେ ଦୈନିକ ରାସ୍ତା ଦୁର୍ଘଟଣାରେ ଅନେକେ ଲୋକଙ୍କ ଧନଜୀବନ ହାନି ହେଉଥିଲେ ସୁଦ୍ଧା ରାସ୍ତା ମରାମତି କରିବାକୁ ଜାଣିବୁଝି ଅଣଦେଖା କରାଯାଉଥିବାର ଅଭିଯୋଗ ହୋଇଆସୁଛି ।