ମଦ ଜବତ, ୪ କୋର୍ଟଚାଲାଣ

 ଦାନଗଦୀ : ଡୋଲିପୁର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଚୋରା ମଦ ଜବତ ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅବକାରୀ ବିଭାଗର ଏକ ୮ ଜଣିଆ ଜିଲ୍ଲା ମୋବାଇଲ ସ୍କ୍ୱାର୍ଡର ଟିମଊ ଯାଜପୁର ରୋଡ ଥାନା ଅନ୍ତର୍ଗତ ରାଣୀପଡା ଗାଁ ରାସ୍ତାରେ ଗିରିଧାରୀ ଜେନାଙ୍କ ପୁଅ କରୁଣାକରକୁ ମାଡ଼ି ବସିଥିଲେ । ସେ ଏକ ସ୍କୁଟିରେ ୩୦ ଲିଟର ମଦ ନେଇ ଯାଉଥିଲା । ସେହିପରି ଏହି ଥାନା ଅନ୍ତର୍ଗତ ଦାନଗଦୀ ରାସ୍ତାରେ ଅଜୟ ପାତ୍ରଙ୍କ ପୁଅ ବିପିନ ୫୦ ଲିଟର ମଦ ନେଇ ଏକ ବାଇକରେ ଯାଉଥିବା ବେଳେ ସ୍କ୍ୱାର୍ଡ ତାଙ୍କୁ ଗୋଡେଇ ଧରିଥିଲା । ପରେ କୋରେଇ ଥାନା ଅନ୍ତର୍ଗତ ଅଶୋକଝର ଗାଁ ର ବାସୁଦେବ ପାତ୍ରଙ୍କ ପୁଅ ରାଜେନ୍ଦ୍ରକୁ ବିଭାଗ କାବୁ କରିଥିଲା । ସେ ଏକ ବାଇକରେ ତାଙ୍କ ଗାଁ ରାସ୍ତାରେ ୬୦ ଲିଟର ମଦ ନେଇ ଯାଉଥିବା ବେଳେ ଧରା ପଡ଼ିଥିଲା । ଶେଷରେ ଘସିପୁରା ଥାନାର କେନ୍ଦୁଡିହା ଗାଁର ଶ୍ୟାମ ହାଁସଦାଙ୍କ ପୁଅ ପ୍ରତାପ ଏକ ବାଇକରେ ୭୦ଲିଟର ମଦ ନେଇ ଯାଉଥିବା ବେଳେ ସ୍କ୍ୱାୱାର୍ଡ ତାକୁ ଧରିବାକୁ ସକ୍ଷମ ହୋଇଥିଲା । ବିଭାଗ ପକ୍ଷରୁ ଗାଏ ମୋଟ ୨୦୦ ଲିଟର ଚୋରା ମଦ ଜବତ ସହ ଚୋରା କାରବାରରେ ବ୍ୟବହାର କରୁଥିବା ବାଇକ ଗୁଡିକୁ ଜବତ କରି ମାମଲା ନମ୍ବର୩୬, ୮୩,୮୪,୭୭,/୨୫ ରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।