ଭୁଜ ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଭୁଜ ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଗାନ୍ଧୀନଗର:ଗୁଜୁରାଟ ସ୍ଥିତ ଭୁଜ ଏୟାରବେସରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସ୍ବତନ୍ତ୍ର ବିମାନରେ ଯାଇ ପହଞ୍ଚିଲେ ରାଜନାଥ ଏବଂ ବୀର ଯବାନଙ୍କ ସହ ଆଲୋଚନା କରିବେ । ଅପରେସନ ସିନ୍ଦୂର ପରେ ବୀରଙ୍କ ସଫଳତା ଓ ସାହସକୁ ପ୍ରଶଂସା କରି ବାୟୁବୀରଙ୍କ ସହ ଆଲୋଚନା କରିବେ । ଭାରତ-ପାକିସ୍ତାନ ଅସ୍ତ୍ରବିରତିକୁ ୬ ଦିନ ହୋଇଥିବା ବେଳେ ଉଭୟ ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀ ବୀର ଯବାନଙ୍କୁ ବିଭିନ୍ନ ସମୟରେ ଭେଟି ସେମାନଙ୍କ ମନୋବଳ ବଢାଉଛନ୍ତି । 

ତେବେ ଗତକାଲି ଶ୍ରୀନଗର ଯାଇ ରାଜନାଥ ଯବାନଙ୍କୁ ଭେଟିଥିଲେ । ଅପରେସନ ସିନ୍ଦୂରର ବଡ଼ ସଫଳତା ଏବଂ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ଶ୍ରୀନଗର ଯାଇ ଯବାନଙ୍କୁ ଭେଟିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବାଦାମୀବାଗ୍ କ୍ୟାଣ୍ଟନମେଣ୍ଟରେ ବୀର ଯବାନଙ୍କ ସାହସକୁ ସଲାମ୍ କରି ଯବାନଙ୍କ ମନୋବଳ ବଢାଇଥିଲେ । ତାସହ ପାକ୍ ଉପରେ ପ୍ରହାର କରିଥିଲେ ରାଜନାଥ । କହିଥିଲେ, ସେମାନେ ସେମାନେ ଆମ ମୁଣ୍ଡକୁ ମାରିଲେ, ଆମେ ସେମାନଙ୍କ ଛାତିକୁ ମାରିଲୁ । ସେମାନେ ଧର୍ମ ପଚାରି ମାରିଥିଲେ ଆମେ ସେମାନଙ୍କ କର୍ମ ଦେଖି ମାରିଲୁ । ଆତଙ୍କବାଦ ନେଇ ଭାରତ ସବୁବେଳେ କଠୋର । ଆମେ ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ମାରିଛୁ, ସେମାନଙ୍କ ଆଡ୍ଡା ଧ୍ବଂସ କରିଛୁ । ଆତଙ୍କୀ ଏବଂ ଆତଙ୍କବାଦର ନିପାତ ପାଇଁ ଆମେ ଯେକୌଣସି ସ୍ତରକୁ ବି ଯାଇପାରୁ । ଆତଙ୍କବାଦ ଏବଂ ଆଲୋଚନା ଏକାସାଙ୍ଗେ ହୋଇପାରିବନି ବୋଲି କହି ରାଜନାଥ ପାକିସ୍ତାନକୁ ଟାର୍ଗେଟ୍ କରିଥିଲେ  ।