ଭୁବନେଶ୍ୱରରେ ବିମାନ ସେବା ପ୍ରଭାବିତ
ଭୁବନେଶ୍ୱରରେ ବିମାନ ସେବା ପ୍ରଭାବିତ ହୋଇଛି । ଏଭଳି ହେବାର କାରଣ ହେଉଛି ମାଇକ୍ରୋସଫ୍ଟ ସମସ୍ୟା । ଇଣ୍ଡିଗୋର ୫ଟି ବିମାନକୁ ବାତିଲ ହୋଇଛି । ଏହାଛଡା ଅନୃ ସବୁ ସେବା ମଧ୍ୟ ବିଳମ୍ବରେ ଚାଲିଛି । ଏନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । କେବଳ ଚେକ୍ ଇନ୍ରେ ସମସ୍ୟା ଯୋଗୁ ମାନୁଆଲୀ କରାଯାଉଛି । ଏହି କାରଣ ପାଇଁ ବିମାନ ସବୁ ବିଳମ୍ବରେ ଆସୁଛି ଓ ଯାଉଛି ବୋଲି ନିର୍ଦ୍ଦେଶକ କହିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ସମସ୍ୟାର ସମାଧାନ ପାଇଁ ଖୁବ୍ ଜୋର୍ରେ ଚେଷ୍ଟା ଜାରି ରହିଛି । ଯାତ୍ରୀମାନେ ଅସୁବିଧାରେ ପଡୁଥିବାରୁ ଆମେ ଦୁଖିତ ବୋଲି କହିଛନ୍ତି ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।