ପିଜିଟି ଶିକ୍ଷକଙ୍କୁ ତାଲିମ

 ଭୁବନେଶ୍ୱର : ଭୁବନେଶ୍ୱରର ଶିରିପୁର ସ୍ଥିତ ଇମେଜ୍ ଠାରେ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସ୍ନାତକୋତ୍ତର ବା ପିଜିଟି ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟ ଅଧୀନ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧୨୫ ଜଣ ପିଜିଟି ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ଆଜି ବିଦ୍ୟାଳୟ  ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ  ଶୁଭଶ୍ରୀ ନନ୍ଦ,  ଉଚ୍ଚ ମାଧ୍ୟମିକ ନିଦେ୍ର୍ଦଶାଳୟର ନିଦେ୍ର୍ଦଶକ ରଘୁରାମ୍ ଆର୍ ଆୟର୍, ଉଚ୍ଚ ମାଧ୍ୟମିକ ନିଦେ୍ର୍ଦଶାଳୟର ଯୁଗ୍ମ ନିଦେ୍ର୍ଦଶକ ସସ୍ମିତା ମାଳି, ସ୍ନିଗ୍ଧା ମିଶ୍ର ଓ ଉପନିଦେ୍ର୍ଦଶକ ଜିତେନ୍ଦ୍ର ନାୟକ ଉପସ୍ଥିତ ଥିଲେ ।
ତେବେ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ତାଲିମ ଦିଆଯାଇଥିବା ବେଳେ ଏହି ପ୍ରଶିକ୍ଷଣରେ ୪ଟି ପର୍ଯ୍ୟାୟରେ ପିଜିଟି ଶିକ୍ଷକମାନଙ୍କୁ ତାଲିମ୍ ଦିଆଯିବ ବୋଲି ସୂଚନା ଦେଇଥିଲେ ନିଦେ୍ର୍ଦଶକ ଶ୍ରୀ ଆୟର୍ । ଏହି ପାଞ୍ଚ ଦିନିଆ ତାଲିମ୍ କାର୍ଯ୍ୟକ୍ରମରେ ପିଜିଟିମାନଙ୍କ ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦିଆଯିବ । ଓଡ଼ିଶା କ୍ୟାରିୟର ପୋର୍ଟାଲ୍ ପରିଚାଳନା, ଶିକ୍ଷକମାନଙ୍କ ବୃତ୍ତିଗତ ବିକାଶ, ଶ୍ରେଣୀଗୃହ ପରିଚାଳନା ଓ ଶିକ୍ଷଣ ଦକ୍ଷତା ବିକାଶ, ଗ୍ରୁପ୍ ଆକ୍ଟିଭିଟି,  ଆକାଂକ୍ଷା ବିଦ୍ୟାଳୟର ଗଠନ ଆଦି ସମ୍ପର୍କରେ ତାଲିମ୍ ଦିଆଯିବ । କାର୍ଯ୍ୟକ୍ରମରେ ଆଇ-ଜିଓଟି କର୍ମଯୋଗୀ ଆପ୍ର ବ୍ୟବହାର, ଧନ୍ଦାମୂଳକ ଶିକ୍ଷା, ଛାତ୍ରବୃତ୍ତି, ସୁସ୍ଥ ଶ୍ରେଣୀଗୃହ ପାଇଁ ବ୍ୟକ୍ତିଗତ ପୁଷ୍ଟିସାରସ୍ତର ବୃଦ୍ଧି ଓ ସ୍ୱାସ୍ଥ୍ୟର ଉନ୍ନତି, କ୍ଲାଇମେଟ୍ ରେଜିଲିଏଣ୍ଟ ବିଦ୍ୟାଳୟ ଆଦି ସମ୍ପର୍କରେ ତାଲିମ୍ ଦିଆଯିବ ।