ଡାକ୍ତରମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରତିଶ୍ରୁତି


(ଏଜେନ୍ସି) ନୂଆଦିଲ୍ଲୀ : କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କ ପ୍ରତି ହୋଇଥିବା ଅମାନବୀୟ ଘଟଣା ପରେ ଫେଡେରେସନ ଅଫ୍ ରେସିଡେଣ୍ଟ ଡକ୍ଟରସ ଆସୋସିଏସନ, ଇଣ୍ଡିଆନ ମେଡିକାଲ ଆସୋସିଏସନ ଓ ଦିଲ୍ଲୀର ସରକାରୀ ମେଡିକାଲ କଲେଜ ହସ୍ପିଟାଲର ରେସିଡେଣ୍ଟ ଡାକ୍ତର ସଂଘର ପ୍ରତିନିଧିମାନେ ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ।
କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ନେଇ ସଂଘ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପ୍ରତିନିଧିମାନଙ୍କ ଦାବି ଶୁଣି ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରିବାକୁ ପ୍ରତିଶ୍ରୁତି ଦେଇଛି  । ସମସ୍ତ ସଂଘର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା ଯେ ସରକାର ପରିସ୍ଥିତି ବିଷୟରେ ଭଲ ଭାବରେ ଅବଗତ ଅଛନ୍ତି । ସେମାନଙ୍କ ଦାବି ପ୍ରତି ସମ୍ବେଦନଶୀଳ ରହିଛିି  । ୨୬ଟି ରାଜ୍ୟ ନିଜ ନିଜ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଆଇନ ପାରିତ କରିସାରିଛନ୍ତି  । ସଂଘଗୁଡ଼ିକ ଦ୍ୱାରା ପ୍ରକଟ କରାଯାଇଥିବା ଚିନ୍ତାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ସେମାନଙ୍କୁ ଏକ କମିଟି ଗଠନ କରିବାକୁ ପ୍ରତିଶ୍ରୁତି ଦେଇଛି ଯାହା ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏଭଳି ସମସ୍ତ ସମ୍ଭାବ୍ୟ ପଦକ୍ଷେପ ସୁପାରିସ କରିବ  । ରାଜ୍ୟ ସରକାରଙ୍କ ସମେତ ସମସ୍ତ ଅଂଶୀଦାରଙ୍କ ପ୍ରତିନିଧିମାନଙ୍କୁ କମିଟି ସହ ସେମାନଙ୍କ ପରାମର୍ଶ ବାଣ୍ଟିବା ପାଇଁ ନିମନ୍ତ୍ରଣ କରାଯିବ । ଡେଙ୍ଗୁ ଓ ମ୍ୟାଲେରିଆ ମାମଲା ବଢ଼ୁଥିବାରୁ ବ୍ୟାପକ ଜନସ୍ୱାର୍ଥ ଦୃଷ୍ଟିରୁ କାର୍ଯ୍ୟରେ ଯୋଗ ଦେବାକୁ ମନ୍ତ୍ରଣାଳୟ ଆନେ୍ଦାଳନରତ ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ।