ଏଣିକି ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ

ଏଣିକି ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ

ଭୁବନେଶ୍ୱର : ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ । ବିଧାନସଭାରେ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର। ଧାନ ସଂଗ୍ରହ ସମୟରେ ବିଭାଗ ବିଭାଗ ଭିତରେ ସମନ୍ବୟ ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଛି। ପ୍ରତି ଜିଲ୍ଲା ପାଇଁ ଜଣେ ଜଣେ ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି। ମନ୍ତ୍ରୀମାନେ ବିଭିନ୍ନ ମଣ୍ଡି ବୁଲି ସ୍ଥିତି ଅନୁଧ୍ୟାନ କରିବେ। ଜିଲ୍ଲାପାଳ ପ୍ରତ୍ୟେକ ମଣ୍ଡିରେ ଜଣେ ଜଣେ ଅଫିସରଙ୍କୁ ଦାୟିତ୍ବ ଦେବେ। ଅଫିସରମାନେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ। ସମବାୟ, ପଞ୍ଚାୟତିରାଜ, ଖାଦ୍ୟ ଯୋଗାଣ ଭଳି ବିଭାଗ ସମନ୍ବୟ ରଖି କାର୍ୟ୍ୟ କରିବେ।

      ୫ ଜିଲ୍ଲାକୁ ମୋଟ୍‌ ୨ ଲକ୍ଷ ୯୪ ହଜାର ୫୯୪ଟି ଟୋକେନ ଦିଆଯାଇଛି । ବରଗଡ଼ରେ ୭୩୬୯୬, ବଲାଙ୍ଗୀରରେ ୫୩୦୯୦, କଳାହାଣ୍ଡିରେ ୮୮୬୬୬ ଟୋକେନ୍, ନୂଆପଡ଼ାରେ ୨୯୭୮୬ ଏବଂ ସମ୍ବଲପୁରରେ ୪୯୩୩୩ ଜଣଙ୍କୁ ଟୋକେନ୍ ଦିଆଯାଇଛି । ଶୀଘ୍ର ଅନ୍ୟ ଅଞ୍ଚଳରେ ମଧ୍ୟ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ । ଚଳିତ ଖରିଫ ଋତୁରେ ୧୯ ଲକ୍ଷ ୬୭ ହଜାର ୮୧୨ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଆଗକୁ ଶହେଟି ମଡେଲ ମଣ୍ଡି ଖୋଲିବାକୁ ଯୋଜନା କରିଛନ୍ତି ସରକାର ବୋଲି ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ।