ମଧୁମେହ ଓ ଜୀବନଶୈଳୀ

ମଧୁମେହ ଓ ଜୀବନଶୈଳୀ

ଡ.ଉମେଶ ଚନ୍ଦ୍ର ପାତ୍ର : ଡାଇବେଟିସ୍‌ ବା ମଧୁମେହ ରୋଗ ଏବେ ମହାମାରୀ ଭଳି ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଛି । ରକ୍ତରେ ଶର୍କରା ସ୍ତର ଅଧିକ ହେଲେ ମଧୁମେହ ରୋଗ ହୋଇଥାଏ । ମଧୁମେହ ରୋଗ ୨ ପ୍ରକାର । ଟାଇପ୧ ଏବଂ ଟାଇପ୨ । ଟାଇପ ୧ ମଧୁମେହରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଏବଂ ପାନକ୍ରିୟାଜ ଉପରେ ପ୍ରଭାବ ପଡ଼ିଥାଏ । ଦୈନନ୍ଦିନ ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା ହିଁ ଏଥିପାଇଁ ମୁଖ୍ୟତଃ ଦାୟୀ । ଚିନି, ମଇଦା ଏବଂ ଭାତ ପରି କାର୍ବୋହାଇଡ୍ରେଟ୍‌ ଖାଦ୍ୟର ପରିମାଣ ଅଧିକ ହେଲେ ମଧୁମେହ ଭଳି ରୋଗର ସମସ୍ୟା ଦେଖାଦେଇଥାଏ । 

     

       ଆଇଏମ୍‌ଏ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡା.କେ.କେ. ଅଗ୍ରୱାଲ କହିଛନ୍ତି ରିଫାଇନଡ଼ ଚିନିରେ କ୍ୟାଲୋରୀର ମାତ୍ରା ଅଧିକ ଥିବାବେଳେ ଏଥିରେ ପୋଷକ ତତ୍ତ୍ୱ ଆଦୌ ନଥାଏ । ଏହାକୁ ବ୍ୟବହାର କଲେ ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପଡ଼ି ମଧୁମେହ ରୋଗ ହୋଇଥାଏ । ଅଟାକୁ ଉଦାହରଣ ଭାବେ ନେଲେ ଦେଖାଯିବ ଗହମ ପେସି ଯେଉଁ ଅଟା ମିଳିଥାଏ ସେଥିରେ ଚୋକଡ ଅଧିକ ଥାଏ। ତେଣୁ ବଜାରରେ ମଇଦା ମିଶ୍ରିତ ଅଟା ବିକ୍ରି ହୋଇଥାଏ । ଅଟାରେ ମଇଦା ନ ମିଶିଲେ ଏହା ଅଧିକ ଦିନ ପର୍ଯ୍ୟନ୍ତ ମଧ୍ୟ ରହିନଥାଏ । ପୁନଶ୍ଚ ମଇଦାରେ ତିଆରି ବ୍ରେଡ଼କୁ ପ୍ରାୟ ପ୍ରତ୍ୟେକ ପରିବାରରେ ବ୍ରେକ୍‌ଫାଷ୍ଟରେ ନେଇଥାନ୍ତି । ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଡ.ସନ୍ଦୀପ ମିଶ୍ର କହନ୍ତି ରକ୍ତରେ ଶର୍କରାର ମାତ୍ରା ଅଧିକ ବଢ଼ାଇବାରେ ରିଫାଇନଡ଼ କାର୍ବୋହାଇଡ୍ରେଟ୍‌ର ଅଧିକ ଯୋଗଦାନ ରହିଛି । ମିଠା ଜିନିଷର ଯଦି ବ୍ୟବହାର କରାଯାଉଛି ତେବେ ଦେଶୀ ଗୁଡ଼ ଏବଂ ମହୁ ଏକ ଭଳ ବିକଳ୍ପ । ଡ.ଅଗ୍ରୱାଲଙ୍କ ମତରେ ପୂର୍ବରୁ ଅଧିକାଂଶ ଲୋକ ଚାଉଳ ଖାଉ ନଥିଲେ ।

   

     କିନ୍ତୁ ବର୍ତ୍ତମାନ କୃତ୍ରିମ ଧଳା ଚାଉଳ ଖାଇବା ଦ୍ୱାରା ଆମ ଜୀବନରେ ବିଷର ପରିମାଣ ଅଧିକ ହୋଇଗଲାଣି । ଯେଉଁମାନେ ଜଳଖିଆ ଖାଆନ୍ତିନି ସେମାନେ ଅଧିକ କ୍ୟାଲୋରୀ ଗ୍ରହଣ କରିଥାନ୍ତି ଖାଦ୍ୟରେ । ବେଶୀ ଫ୍ୟାଟି ଫୁଡ଼ ବି ଖାଇବା ଲାଗି ମନ ବଳାନ୍ତି । ଖାଦ୍ୟରେ ଏପାଖ ସେପାଖ ହେଲେ ତାହା ଇନ୍‌ସୁଲିନ ସ୍ତରକୁ ପ୍ରଭାବିତ କରେ । ଶରୀରରେ ଷ୍ଟ୍ରେସ ହର୍ମୋନ୍‌ କର୍ଟିସୋଲ ଅଧିକ କ୍ଷରଣ ହେଲେ ତାହା ଯୋଗୁଁ ବିଷାଦ ଓ ବ୍ୟସ୍ତତା ପ୍ରକାଶ ପାଏ । ଏହା ଡାଇବେଟିସ ଆଡ଼କୁ ବାଟ କଢ଼ାଇନିଏ । ଏହି ହର୍ମୋନ ବି ଇନସୁଲିନର କ୍ରିୟାଶୀଳତା କମାଇ ବ୍ଳଡ଼ ସୁଗାର ସ୍ତର ବୃଦ୍ଧି କରେ । 


ମୋ : ୯୪୩୭୦୫୧୯୫୭