ରାଜନୀତିର ଭୀଷ୍ମ ପିତାମହ ଡ.ମହତାବ
ବିପିନ ବିହାରୀ ରାଉତ : ନବ ଉକ୍ରଳର ନିର୍ମାତା ହରେକୃଷ୍ଣ ମହତାବ ଉକ୍ରଳ କେଶରୀ ଭାବେ ସୁପରିଚିତ । ତାଙ୍କ ମାତା ଥିଲେ ଅଗରପଡ଼ା ଜମିଦାରଙ୍କ କନ୍ୟା । ଅଜା ଜଗନ୍ନାଥ ମହତାବ ଶୈଶବରେ ହରେକୃଷ୍ଣଙ୍କୁ ପୋଷ୍ୟପୁତ୍ର କରିନେଇଥିଲେ । ପିଲାଦିନରୁ ସେ ଥିଲେ ପଠନପ୍ରିୟ । ଉଚ୍ଚ ଶିକ୍ଷା ଲାଭ କରିବା ତାଙ୍କର ଲକ୍ଷ୍ୟ ଥିଲା । ପରିବାରର ଗୁରୁଜନମାନେ ଚାହୁଁଥିଲେ ସେ ପଢ଼ାରେ ଅଯଥା ସମୟ ନଷ୍ଟ ନକରି ଜମିଦାରି ସମ୍ଭାଳନ୍ତୁ । ହେଲେ ସାମାନ୍ୟ ଇଂରେଜୀ ପଢ଼ା ଜମିଦାର ଭାବେ ସାରା ଜୀବନ କାଟିବାକୁ ସେ ଚାହୁଁ ନଥିଲେ । ତେଣୁ ବିରୋଧ ସତ୍ତେ୍ୱ ସେ ଉଚ୍ଚ ଶିକ୍ଷା ପାଇଁ ରେଭେନ୍ସା କଲେଜରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ଉକ୍ରଳ ଗୌରବ ମଧୁସୂଦନ ଓ ଉକ୍ରଳମଣି ଗୋପବନ୍ଧୁଙ୍କ ସଂସ୍ପର୍ଶରେ ଆସି ସ୍ୱାଧୀନତା ମହାସଂଗ୍ରାମରେ ଯୋଗଦେଇଥିଲେ । ଉଚ୍ଚଶିକ୍ଷା, ରାଜନୀତିରେ ଯୋଗଦାନ ଆଦି ତାଙ୍କର ବିବାହ ପରର କଥା । ହରେକୃଷ୍ଣ ପଢ଼ା ସହ ସଂଗୀତରେ ବିଶେଷ ରୁଚି ରଖିଥିଲେ । ବିଧିବଦ୍ଧ ଭାବେ ସଂଗୀତ ଶିକ୍ଷା କରିଥିଲେ । ବଂଶୀ ଓ ହାରମୋନିଅମ ବାଦନରେ ପାରଙ୍ଗମ ଥିଲେ । ସେ ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ ଓ ପ୍ରଥମ ମୁଖ୍ୟମନ୍ତ୍ରୀ । ତାଙ୍କ ଶାସନ କାଳରେ ଓଡ଼ିଶା ଟେକ୍ସଟାଇଲ ମିଲ ସ୍ଥାପନ ହୋଇଥିଲା । କଟକ ବଦଳରେ ଭୁବନେଶ୍ୱରକୁ ରାଜଧାନୀ କରିବା ଥିଲା ତାଙ୍କର ଯୋଜନା । ହୀରାକୁଦ ବନ୍ଧ ଓ କଟକରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା ମଧ୍ୟ ହରେକୃଷ୍ଣଙ୍କ ଅବଦାନ । ସେ କଂଗ୍ରେସ ରାଜନୀତି ସହ ସଂପୃକ୍ତ ଥିଲେ ହେଁ ଥରେ ଦଳ ଛାଡ଼ି ନୂଆ ଦଳ (ଜନକଂଗ୍ରେସ) ଗଠନ କରିଥିଲେ ଏବଂ ଥରେ ବହିଷ୍କୃତ (ନନ୍ଦିନୀ ଶତପଥୀଙ୍କ ଶାସନ କାଳରେ) ହୋଇଥିଲେ । ଜରୁରୀକାଳୀନ ପରିସ୍ଥିତି ବେଳେ ଗିରଫ ହୋଇ କିଛି କାଳ କାରାଗାରରେ ଅଟକ ଥିଲେ । ସେ ଥିଲେ ଏକାଧାରରେ ଐତିହାସିକ, ପ୍ରାବନ୍ଧିକ, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ କବି । ପ୍ରତିଭା, ଅବ୍ୟାପାର, ଟାଉଟର, ଆଦି ତାଙ୍କର ଉଲ୍ଲେଖନୀୟ କୃତି । ସାଧନାର ପଥେ ତାଙ୍କର ଆତ୍ମ ଚରିତ । ଉକ୍ରଳମଣି ଗୋପବନ୍ଧୁଙ୍କ ପରି ସାମ୍ବାଦିକତାକୁ ସେ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ ରୂପେ ଗ୍ରହଣ କରିଥିଲେ । ଏଥିପାଇଁ ପ୍ରତିଷ୍ଠା କରିଥିଲେ ପ୍ରଜାତନ୍ତ୍ର ।
ନୂଆ ରାଜଧାନୀ ପ୍ରତିଷ୍ଠା ପାଇଁ ଦୁଇକୋଟି ଟଙ୍କା ଦରକାର ପଡ଼ିଥିଲା । ସେତେବେଳର ମୁଖ୍ୟମନ୍ତ୍ରୀ ଡକ୍ଟର ମହତାବଙ୍କ ପାଇଁ ଏହାଥିଲା ବହୁତ ବଡ଼ ସମସ୍ୟାର କଥା । ଏହି ସମୟରେ କେନ୍ଦ୍ରର ତକ୍ରାଳୀନ ଅର୍ଥ ବିଭାଗ ମୁଖ୍ୟ ଥିଲେ ଲିୟାକତ୍ ଅଲ୍ଲୀ । ସେ ଥିଲେ ମୁସଲିମ ଲିଗର ରାଜନେତା । ତାଙ୍କୁ ଯେତେବେଳେ ମହତାବ ଭେଟି ଅର୍ଥ ମଞ୍ଜୁର ପାଇଁ ସହାୟତା ମାଗିଲେ ସେ ସିଧା ମନା କରିଦେଲେ । ତେବେ ରାଜନୀତିରେ ବେଶ ଚତୁର ଚାଣକ୍ୟ ଡକ୍ଟର ମହତାବ ତାଙ୍କର ଟ୍ରମ୍ପ କାଡର଼୍ ଖେଳିଥିଲେ । ସେ କହିଥିଲେ ଓଡ଼ିଶା ଏକ ହିନ୍ଦୁ ପ୍ରଦେଶ । ଜଣେ ମୁସଲମାନ ନେତାଙ୍କ ଦ୍ୱାରା ଏହା ଅବହେଳିତ ହେଉଛି ବୋଲି ଭାବନା ଯଦି ଜନସମାଜକୁ ଯିବ ଏହା ଆଦୌ ଗ୍ରହଣୀୟ ହେବନାହିଁ । ତକ୍ରାଳ ଅର୍ଥମନ୍ତ୍ରୀ ଲିୟାକତ୍ ଅର୍ଥ ମଞ୍ଜୁର କଲେ । ସ୍ୱାଧୀନ ଭାରତରେ ଭୁବନେଶ୍ୱର ହିଁ ଏକମାତ୍ର ରାଜ୍ୟ ଯାହାକୁ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ଅର୍ଥ ମଞ୍ଜୁର କରିଥିଲେ । ଅନ୍ୟ ସମସ୍ତ ରାଜ୍ୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ନିକଟରୁ ଧାର ସୂତ୍ରରେ ଅର୍ଥ ଆଣି ପରେ ଶୁଝିଛନ୍ତି ।
୧୯୪୩ ମସିହା କଟକ ରେଭେନ୍ସା କଲେଜ କ୍ୟାମ୍ପସରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇଥିବାବେଳେ ପରେ ଏହା ଭୁବନେଶ୍ୱରକୁ ଉଠି ଆସିଥିଲା । ୧୯୫୮ ମସିହା ଜାନୁଆରୀ ୧ ତାରିଖରେ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଉକ୍ରଳ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ଶିଳାନ୍ୟାସ କଲେ । ୧୯୬୩ ଜାନୁଆରୀ ୨ ତାରିଖରେ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍ ଏହାର ଉଦ୍ଘାଟନ କରିଥିଲେ । ନୂଆ ରାଜଧାନୀ ହେବାପରେ ଭୁବନେଶ୍ୱରରେ ବିଧାନସଭା ଚାଲିଲା ଯାହାକି ପୂର୍ବରୁ କଟକ ରେଭେନ୍ସା କଲେଜର ଆସେମ୍ବ୍ଲି ହଲରେ ବିଧାନସଭା ଚାଲିଥିଲା । ପ୍ରଥମେ ୟୁନିଟ-୨ ଅଞ୍ଚଳରେ ବିଧାନ ସୌଧ ନିର୍ମାଣ ହେଲା । ସେଠାରେ କିଛିଦିନ ବିଧାନ ସଭା ଚାଲିବା ପରେ ନୂଆ ବିଧାନ ସଭା ବିଲଡିଂ ନିର୍ମାଣ ହେଲା । ୧୬.୪୮ ବର୍ଗକିଲୋମିଟର ଅଞ୍ଚଳ ଓ ୨୦ ହଜାର ଜନସଂଖ୍ୟାଙ୍କୁ ନେଇ ଗୃହନିର୍ମାଣ ଓ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡକ୍ଟର ଓଟୋ.ଏଚ୍.କନସିବର୍ଗ ରାଜଧାନୀର ପରିକଳ୍ପନା କରିଥିଲେ । କଳ୍ପନା ଛକରୁ ରାଜଭବନ ଓ ଶିଶୁଭବନରୁ ସତ୍ୟନଗର ଯାଏ ସୀମିତ ଥିଲା ରାଜଧାନୀର ସରହଦ୍ । ସ୍ୱାଧୀନ ଭାରତର ପ୍ରଥମ ଯୋଜନାବଦ୍ଧ ସହର ଥିଲା ଭୁବନେଶ୍ୱର । ଯଦିଓ ଏହି ତାଲିକାରେ ଜାମସେଦପୁର ଓ ଚଣ୍ଡୀଗଡ଼ ବି ଥିଲା ହେଲେ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିଲା ।
ପୂର୍ବ ଯୋଜନା ମୁତାବକ ମହତାବ ଟ୍ରେନ୍ରେ ବୁଦେ୍ଧଶ୍ୱରୀ ଷ୍ଟେସନ ଆସିଲେ । ଆଉ ସେଇଠୁ ଗୋକୁଳାନନ୍ଦ ଜେନାଙ୍କ ଶଗଡ଼ ଗାଡ଼ିରେ ବଡ଼ଗଡ଼ ସ୍ଥିତ ପତିତପାବନ ଦିଅଁଙ୍କ ପାଖରେ ପହଞ୍ôଚଲେ, ଯେଉଁଠି ପୂର୍ବରୁ ଭୁବନେଶ୍ୱରବାସୀଙ୍କ ସମେତ ଭିଙ୍ଗାରପୁର ଜମିଦାର ଚୌଧୁରୀ ନୀଳକଣ୍ଠ ଦାସ, ଚୌଧୁରୀ ଗଙ୍ଗାଧର ଦାସ, ବାଲିଅନ୍ତାର ଗାନ୍ଧି କୁହାଯାଉଥିବା ଦାଶରଥି ମହାନ୍ତି, ମହାଦେବ ମହାନ୍ତି, ଜୟକୃଷ୍ଣ ସାହୁ, ବଡ଼ଗଡ଼ର ସୁରେନ୍ଦ୍ର ସୁନ୍ଦରାୟ ଉପସ୍ଥିତ ଥିଲେ । ମହତାବ ସମସ୍ତ ସଭାଜନଙ୍କୁ ଆହ୍ୱାନ ଦେଇ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେଲେ । ଆଉ ସମର୍ଥନ କରିବାକୁ ନିବେଦନ କଲେ । ପତିତପାବନଙ୍କ ପାଖରେ ସାକ୍ଷୀ ରଖି ପୁରା ରାଜଧାନୀବାସୀ ମହତାବଙ୍କ ପଛରେ ଅଛୁ ବୋଲି ନାରା ଦେଇଥିଲେ । ପରେ ଅରୁଆ ଡାଲମା, ଖଟା ଖାଇ ରାଜଧାନୀ ଭୁବନେଶ୍ୱରରେ ପ୍ରତିଷ୍ଠା ହେବାର ମୂଳଦୁଆ ପଡ଼ିଲା । ଆସନ୍ତୁ ନୂଆ ରାଜଧାନୀ ଗଠନରେ ଆମେ ସମସ୍ତେ ସବୁ ଭେଦଭାବ ଭୁଲି ସହାୟତା ଓ ସହଯୋଗର ହାତ ବଢ଼ାଇବା । କଟକର କଳେବରକୁ ଲୋକସଂଖ୍ୟା ନ ସୁହାଇବାରୁ ମହତାବ ନୂଆ ରାଜଧାନୀ ପାଇଁ ଚିନ୍ତା କଲେ । ଜମି ପାଇଁ ଟଙ୍କା ନଦେବାକୁ ପଡ଼ିବ ବୋଲି ଭୁବନେଶ୍ୱରକୁ ହିଁ ତାଲିକାରେ ସବୁଠୁ ଆଗରେ ରଖାଗଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ସୈନିକ ଭୁବନେଶ୍ୱରକୁ ଗୁରୁତ୍ୱ ଦେଇଥିବାରୁ ଏଠାରେ ଏୟାର ଷ୍ଟ୍ରିପ୍ ନିର୍ମାଣ ହୋଇସାରିଥିଲା ଓ ଟ୍ରେନ ଚଳାଚଳର ସୁବିଧା ଥିଲା ଯାହାପାଇଁ ପଡେ଼ାଶୀ ରାଜ୍ୟ ପାଇଁ ଯୋଗାଯୋଗର ସୁବିଧା ବଡ଼ ଯୁକ୍ତି ରଖିଥିଲା । ଏହା ବ୍ୟତୀତ ଖୋର୍ଦ୍ଧା ଜିଲ୍ଲା ବୀର ପାଇକଙ୍କ ଗଡ଼ କୁହାଯାଉଥିଲା । ତେଣୁ ସବୁ ଦୃଷ୍ଟିରୁ ଭୁବନେଶ୍ୱର ହିଁ ରାଜଧାନୀ ପ୍ରତିଷ୍ଠା ପାଇଁ ଆଗରେ ରହିଥିଲା । ଏହାଭିତରେ ବଦଳିଛି ଭୂଗୋଳ, ଜଳବାୟୁ ଆଉ ଲୋକଙ୍କ ଜୀବନଶୈଳୀ । ନିଜର ଖବରକାଗଜରେ ଗାଁ-ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା ପାଇଁ ସୃଷ୍ଟି କରିଥିଲେ ଗାଁ ମଜଲିସ୍ ବିଭାଗ । ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଭଦ୍ରଖ ଅନ୍ତର୍ଗତ ଅଗରପଡ଼ାରେ ୧୮୯୯ ନଭେମ୍ବର ଆଜିର ଦିନ ନଭେମ୍ବର ୨୧ରେ ସେ ଜନ୍ମ ହୋଇଥିଲେ ।
ମୋ: ୯୪୩୭୬୬୬୪୫୩