ଆସନ୍ତା ୨୧ରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ପୁରୀ : ଆସନ୍ତା ୨୧ ତାରିଖରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ରତ୍ନଭଣ୍ଡାର ଗଣତି ମଣତି ଉପରେ ହେବ ବିଷେଶ ଆଲୋଚନା । ନାଟମଣ୍ଡପରେ ଭକ୍ତମାନେ କିପରି ଶୃଙ୍ଖଳିତ ଦର୍ଶନ କରି ପାରିବେ ସେ ଉପରେ ହେବ ଆଲୋଚନା ସହ ଶ୍ରୀମନ୍ଦିର ସୁରକ୍ଷା ଉପରେ ହେବ ଆଲୋଚନା । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ । ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପରିଚାଳନା କମିଟିର ସଦସ୍ୟ ଓ ଅନ୍ୟାନ୍ୟ ଅଧିକାରାମାନେ ଏହି ବୈଠକରେ ଉପସ୍ଥିତ ରହିବେ ।