ରାଜଧାନୀରେ ସୁଲଭ ମୂଲ୍ୟରେ ମିଳିବ ଘର 

ରାଜଧାନୀରେ ସୁଲଭ ମୂଲ୍ୟରେ ମିଳିବ ଘର 

ଭୁବନେଶ୍ୱର : ରାଜଧାନୀରେ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବେ ସରକାର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ରାଜଧାନୀରେ ସୁଲଭ ମୂଲ୍ୟରେ ମିଳିବ ଘର । ୧୪ ରୁ ୫୦ ଲକ୍ଷ ଟଙ୍କାରେ ଯୋଗାଇ ଦିଆଯିବ ଘର । ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଜରିଆରେ ୯୦ଟି ଘର ତିଆରି ହୋଇଛି । ଏହି ଘରଗୁଡ଼ିକ ଟୁ ବିଏଚ୍‌କେ ରହିଛି । ସରକାର ଏଣିକି ଲୋ-କଷ୍ଟରେ ଘର ତିଆରି କରି ଯୋଗାଇ ଦେବେ । ପ୍ରାଥମିକ ଭାବେ ଏହି ଘର ବସ୍ତିବାସିନ୍ଦାଙ୍କୁ ଦିଆଯିବ । ଅଧିକରୁ ଅଧିକ ସାଧାରଣ ଲୋକଙ୍କୁ ଘର ଯୋଗାଇବାକୁ ବ୍ୟବସ୍ଥା କରାଯାଉଛି । ବାକି ଘର ପାଇଁ ମଧ୍ୟ ଡିଜାଇନ ପ୍ରସ୍ତୁତ ହୋଇଛି।