ପାକିସ୍ତାନରେ ବିସ୍ଫୋରଣ : ୧୫ ମୃତ୍ୟୁ

ପାକିସ୍ତାନରେ  ବିସ୍ଫୋରଣ : ୧୫ ମୃତ୍ୟୁ

ନୂଆଦିଲ୍ଲୀ : ପୁଣି ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୬ ଜଣ ଶିଶୁ ଏବଂ ଦୁଇ ଜଣ ମହିଳା ରହିଛନ୍ତି । ଆହତ ୭ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରାସାୟନିକ କାରଖାନାରେ ଗ୍ୟାସ ଲିକ ହେବା ଦ୍ୱାରା ଏଭଳି ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। 

   ସୂଚନା ଅନୁସାରେ, ପାକିସ୍ତାନର ପଞ୍ଜାବ ପ୍ରଦେଶର ଫୈସଲାବାଦ ଜିଲ୍ଲାର ମାଲିକପୁରରେ ବଡ଼ ଦୁର୍ଘଟଣା ଘଟିଥିଲା । ରାସାୟନିକ କାରଖାନାରେ ଏଲର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଚାରିଆଡେ ନିଆଁ ଲାଗାଯାଇଥିଲା । ଏହାସହ ନିକଟବର୍ତ୍ତୀ କୋଠାଗୁଡ଼ିକ ମଧ୍ୟ ଭୁଶୁଡ଼ି ପଡ଼ିଥିଲା । ଫୈସବାଦର ଡେପୁଟି କମିଶନର ରାଜା ଜାହାଙ୍ଗୀର ଅନୱର କହିଛନ୍ତି, ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳ ଭଗ୍ନାବଶେଷରୁ ୧୫ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ସାତ ଜଣ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି । ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ହଟାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।