ଦୁବାଇରେ ଏୟାର ଶୋ’ରେ କ୍ରାସ ହେଲା ତେଜସ୍‌ ବିମାନ

ଦୁବାଇରେ ଏୟାର ଶୋ’ରେ କ୍ରାସ ହେଲା ତେଜସ୍‌ ବିମାନ

ନୂଆଦିଲ୍ଲୀ : ଦୁବାଇରେ ଏୟାର ଶୋ’ରେ କ୍ରାସ ହେଲା ତେଜସ୍‌ ବିମାନ । ଦୁବାଇ ଏୟାର ଶୋ’ରେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଏକ ତେଜସ୍‌ ବିମାନ ଆଜି ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ୍‌ ବାହାରକୁ ବାହାରି ଆସିଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସ୍ଥାନୀୟ ସମୟ ପ୍ରାୟ ଅପରାହ୍ନ ୨.୧୦ ସମୟରେ ଆକାଶ ମାର୍ଗରେ ପ୍ରଦର୍ଶନ କରୁଥିବା ସମୟରେ ଏଚଏଏଲ ନିର୍ମିତ ତେଜସ୍‌ ବିମାନଟି ଖସି ପଡ଼ିଛି । ବିମାନଟି ଆକାଶ ମାର୍ଗରେ ଏକ ଚମତ୍କାର ମୋଡ଼ ନେଉଥିବା ବେଳେ ହଠାତ୍‌ ନିୟନ୍ତ୍ରଣ ହରାଇ ଏଭଳି ଘଟଛି । ଏହି ଏୟାର ଶୋ’ ଦେଖିବା ଲାଗି ପ୍ରବଳ ଜନସମାଗମ ହୋଇଥିଲା । ଦୁର୍ଘଟଣାସ୍ଥଳରୁ ଘନ କଳା ଧୂଆଁ ଉଠିଥିଲା । ଏହି ଦୁର୍ଘଟଣା ପରେ ଦର୍ଶକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଉଦ୍ଧାରକାରୀ ଦଳଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।