ନୀତୀଶଙ୍କ ହାତରୁ ଖସିଲା ‘ଗୃହ’
- ଦୁଇ ଦଶନ୍ଧି ପରେ ଛାଡ଼ିବାକୁ ବାଧ୍ୟ ହେଲେ
- ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଏବେ ଗୃହମନ୍ତ୍ରୀ
ପାଟଣା : ସାଧାରଣତଃ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ରହିଥାଏ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ହାତରେ ବି ଦୁଇ ଦଶନ୍ଧି ଧରି ଗୃହ ବିଭାଗ ରହିଥିଲା । ହେଲେ ପରିବର୍ତ୍ତିତ ରାଜନୀତିରେ ତାଙ୍କୁ ଗୃହ ବିଭାଗ ଛାଡ଼ିବାକୁ ପଡ଼ିଛି। ବିଜେପି କୋଟାରେ ଉପମୁଖ୍ୟମନ୍ତ୍ରୀ ହୋଇଥିବା ସମ୍ରାଟ ଚୌଧୁରୀଙ୍କୁ ଗୃହ ବିଭାଗ ଦେଇଛନ୍ତି ନୀତୀଶ । ଫଳରେ ବିଜେପି ଏବେ ଡ୍ରାଇଭର ସିଟ୍ରେ ବୋଲି ପ୍ରତିପାଦିତ କରିଛି । ସେହିପରି ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କୁ ରାଜସ୍ୱ ବିଭାଗ ସହ ଖଣି ବିଭାଗ ବି ଦିଆଯାଇଛି । ମଙ୍ଗଳ ପାଣ୍ଡେଙ୍କୁ ସ୍ୱାସ୍ଥ୍ୟ ଓ ଆଇନ୍ ବିଭାଗ, ଦିଲ୍ଲୀପ ଜୟସ୍ୱାଲଙ୍କୁ ଶିଳ୍ପ ମନ୍ତ୍ରୀ କରାଯାଇଛି । ନୀତିନ ନବୀନଙ୍କୁ ସଡ଼କ ନିର୍ମାଣ ସହ ନଗର ଉନ୍ନୟନ, ରାମକ୍ରୀପାଳ ଯାଦବଙ୍କୁ କୃଷି, ସଞ୍ଜୟ ଟାଇଗରଙ୍କୁ ଶ୍ରମ ବିଭାଗ ଦିଆଯାଇଛି । ଯେତେବେଳେକି ଅରୁଣ ଶଙ୍କର ପ୍ରସାଦଙ୍କୁ ପର୍ଯ୍ୟଟନ, ସୁରେନ୍ଦ୍ର ମେହେଟ୍ଟାଙ୍କୁ ପ୍ରାଣୀ ଓ ମତ୍ସ୍ୟ ସମ୍ପଦ, ନାରାୟଣ ପ୍ରସାଦଙ୍କୁ ବିପର୍ଯ୍ୟୟ ପରିଚାଳନା ଆଦି ବିଭାଗ ପ୍ରଦାନ କରାଯାଇଛି ।