୨ ଶିଶୁ ଶ୍ରମିକ ଉଦ୍ଧାର

ବ୍ରହ୍ମବରଦା : ଶୁକ୍ରବାର ବ୍ରହ୍ମବରଦା ଥାନା ଅନ୍ତର୍ଗତ କାକୁଡିକୁଦ-ବ୍ରହ୍ମବରଦା ବିଜୁ ସେତୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୨ ଶିଶୁ ଶ୍ରମିକକୁ ଆଜି ଉଦ୍ଧାର କରାଯାଇଛି । ଉଭୟ ସୁକିନ୍ଦା ଅଞ୍ଚଳର ହୋଇଥିବା ବେଳେ ଜଣେ ୧୪ ଓ ଅନ୍ୟ ଜଣେ ପାଖାପାଖି ୧୫ ବର୍ଷ ବୟସର ବୋଲି ପୁଲିସ କହିଛି । ଶିଶୁ ଅଧିକାର କର୍ମୀ ମଣ୍ଟୁ ଦାସଙ୍କ ଅଭିଯୋଗ ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମବରଦା ପୁଲିସ ସଦଳବଳେ ଚଢାଉ କରାଯାଇ ଉକ୍ତ ଦୁଇ ଶିଶୁ ଶ୍ରମିକଙ୍କୁ କାକୁଡିକୁଦ ବିଜୁ ସେତୁ ନିକଟରୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିବା ଏସ୍‌ ଆଇ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ବ୍ରହ୍ମବରଦା ଅଞ୍ଚଳରୁ ୨ଶିଶୁ ଶ୍ରମିକ ଉଦ୍ଧାର ହେବା ଘଟଣା ଶିଶୁ ଅଧିକାର ଆଇନ କେବଳ ଧର୍ମକୁ ଆଖିଠାର ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।