ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ ବୃହତ୍‌ ପ୍ୟାକେଜ : ୮.୬୦ ଲକ୍ଷ ଲୋକଙ୍କୁ ୪୧ କୋଟି

ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ ବୃହତ୍‌ ପ୍ୟାକେଜ  : ୮.୬୦ ଲକ୍ଷ ଲୋକଙ୍କୁ ୪୧ କୋଟି

ଭୁବନେଶ୍ୱର : କେନ୍ଦୁପତ୍ର ତୋଳାଳି, ବାଇଣ୍ଡର୍‌ ଏବଂ ଋତୁକାଳୀନ କର୍ମଚାରୀଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ ୨୦୨୪ ଫସଲ ବର୍ଷ ଏବଂ ୨୦୨୫-୨୬ ପାଇଁ ମୋଟ ୪୧.୧୭ କୋଟି ଟଙ୍କା ବିତରଣ କରାଯାଇଛି । କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବୃହତ୍‌ ସହାୟତା ଭାବେ ଆଜି ସୁଦ୍ଧା ୮,୫୯,୭୨୭ ଜଣ କେନ୍ଦୁପତ୍ର ତୋଳାଳିଙ୍କୁ ସୁବିଧା ସୁଯୋଗ ମିଳିଛି । ଚପଲ ପାଇଁ ୧୬୦ ଟଙ୍କା, କେରି ବହନକାରି କପଡ଼ା ପାଇଁ ୨ ଶହ ଟଙ୍କା ଏବଂ ହେଡ୍‌ କ୍ୟାପ ପାଇଁ ଶହେ ଟଙ୍କା ମିଳିଛି  । ଏବାବଦରେ ୩୯ କୋଟି ୫୪, ଲକ୍ଷ ୭୪ ହଜାର ଟଙ୍କା ଜମା କରାଯାଇଛି ।  

     ସେହିପରି ୧୮୭୬୮ ବାଇଣ୍ଡରଙ୍କୁ କମ୍ବଳ ଓ ମଶାରି ପାଇଁ ୟୁନିଟ ପିଛା ୭୦୦ ଟଙ୍କା ହିସାବରେ ୧ କୋଟି ୩୧ ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହିତ ୧୬୨୩୭ ଜଣ ଋତୁକାଳୀନ କର୍ମଚାରୀଙ୍କୁ ୟୁନିଟ ପିଛା ୧୦୦ ଟଙ୍କା ହାରରେ ୧୬ ଲକ୍ଷ ୨୩ ହଜାର ୭୦୦ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ ସଫଳ କଲ୍ୟାଣକାରୀ ପଦକ୍ଷେପ ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଯୋଜନାଗୁଡ଼ିକ ନିର୍ଣ୍ଣାୟକ ଭୂମିକା ନେଇଛି । ଏହି ବୃହତ୍‌ କଲ୍ୟାଣ ପ୍ୟାକେଜ୍‌ ରାଜ୍ୟର କେନ୍ଦୁପତ୍ର ଆଧାରିତ ଶ୍ରମଜୀବୀଙ୍କ ସୁବିଧା ସୁଯୋଗ, ସୁରକ୍ଷା ଏବଂ ସାମାଜିକ ସମ୍ମାନକୁ ନୂତନ ଉଚ୍ଚତାକୁ ନେଇଯାଉଛି । ସରକାରଙ୍କ ଏହି ପ୍ରୟାସ ତାଙ୍କ ଜୀବିକାକୁ ସମୃଦ୍ଧ ବନାଇବା ସହିତ ସମାଜର ଦୃଢ଼ ଅର୍ଥନୈତିକ ଭିତ୍ତି ଗଢ଼ିବାରେ ସହାୟକ ହେବ ।