ମନମୋହନ ସିଂଙ୍କ ଉଦେ୍ଦଶ୍ୟରେ ସ୍ମୃତିସଭା
ବୈଶିଙ୍ଗା /ବେତନଟୀ: ବେତନଟୀ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଆମ୍ଭେ ଏକାଠି ସଭା ଗୃହରେ ବ୍ଲକ ସଭାପତି କୁଶଧର ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତଃ ପ୍ରଧାନମନ୍ତ୍ରୀ ଶ୍ରୀ ସିଂଙ୍କ ଫୋଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ସଦ୍ଗତି କାମନା କରାଯାଇଥିଲା । ସ୍ୱର୍ଗତଃ ପ୍ରଧାନମନ୍ତ୍ରୀ ଶ୍ରୀ ସିଂଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଯେଉଁ ସବୁ ଉନ୍ନୟନ କାର୍ଯ୍ୟ ହୋଇଥିଲା ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜଣେ ଟାଣୁଆ ପ୍ରଧାନମନ୍ତ୍ରୀ ଭାବେ ସେ ଦେଶର ଜନସାଧାରଣଙ୍କୁ କିପରି ସହାୟତା ପ୍ରଦାନ କରିଥିଲେ ସେ ସମ୍ପର୍କରେ ସଦସ୍ୟ ମାନେ ମତ ରଖିଥିଲେ । ଏହି ସଭାରେ ସଂଗ୍ରାମ ମାରାଣ୍ଡି, ରାମଚନ୍ଦ୍ର ହେମ୍ବ୍ରମ, ଶ୍ୟାମ ମାରାଣ୍ଡି, ବାପୁନ ମାରାଣ୍ଡି, ଅଭୟ ମାରାଣ୍ଡି, ହରେନ୍ଦ୍ର ବେହେରା ପ୍ରମୁଖ ଏହି ମହାନ ଆତ୍ମାର ସ୍ମୃତିଚାରଣ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ପ୍ରବୀର କୁମାର ବାରିକ ଏହି ସଭାକୁ ପରିଚାଳନା କରିଥିଲେ ।