ଏସିଡି ପାଣି ପଡ଼ି ଦୁଇ ଆହତ
ାା ପ୍ରଭାନୁ୍ୟଜ ।ା ଯଖପୁରା: କଳିଙ୍ଗନଗର ଶିଳ୍ପାଞ୍ଚଳର ଯଖପୁରା ଥାନା ଅଧୀନସ୍ଥ ୟାଜଦିନ ପ୍ଲାଣ୍ଟରେ ଅଘଟଣ ଘଟି ଦୁଇଜଣ ପୋଡ଼ି ହୋଇ ଆହତ ହୋଇଛନ୍ତି । ଜଣେ ଠିକା ଶ୍ରମିକ ହୋଇଥିବା ବେଳେ ଜଣେ କମ୍ପାନୀ କର୍ମଚାରୀ । ଆଜି ଦିନ ୧୧ଟା ସମୟରେ କମ୍ପାନୀ ଡିଜି ମରାମତି ସମୟରେ ଅଘଟଣ ଘଟିଥିଲା । ଡିଜି ମରାମତି କରାଯାଉଥିବା ବେଳେ ଡିଜିରୁ ଏସିଡି ପଡ଼ି ଶ୍ରମିକ ଗୁରୁତର ଆହତ ହୋଇଥିବାର ସୂଚନାମିଳିଛି । ଠିକା ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ଅଚୁ୍ୟତ ସେଠିଙ୍କ ପୁଅ ବଳରାମ ସେଠି (୩୫) ଗ୍ରାମ ମାଣତୀରା ହୋଇଥିବା ବେଳେ କମ୍ପାନୀ କର୍ମଚାରୀଙ୍କ ନାମ ସଞ୍ଜୟ କୁମାର ସାହୁ ଯାଜପୁର ଅଞ୍ଚଳର ବୋଲି ଜଣାପଡିଛି । ବଳରାମଙ୍କ ମୁହଁରେ ଏସିଡି ପଡ଼ି ଗୁରୁତର ଆହତ ହୋଇଥିବା ବେଳେ ସଞ୍ଜୟ ଦେହର ଏସିଡି ପାଣି ପଡ଼ି ପୋଡିଯାଇଛି । ଘଟଣା ଘଟିବା ପରେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ପ୍ରଥମେ ଦାନଗଦି ଡାକ୍ତର ଖାନାକୁ ନିଆଯାଇଥିଲା ପରେ ପରେ ତାଙ୍କୁ କଟକର ଏକ ଘରୋଇ ହସପିଟାଲକୁ ଅଧିକ ଚିକିତ୍ସା ପାଇଁ ନିଆ ଯାଇଥିବାର ଜଣାପଡିଛି । ପ୍ରକାଶ ଥାଉ କି ୟାଜଦିନ ଷ୍ଟିଲ ପ୍ଲାଣ୍ଟ ବିଗତ ଦିନରୁ କବାଡ଼ିଆ ଭାବରେ ପ୍ଲାଣ୍ଟଟିକୁ ଚଳାଉଛି । ଶ୍ରମିକ ମାନଙ୍କର ସୁରକ୍ଷା ପାଇଁ କୌଣସି ସଠିକ୍ ପଦକ୍ଷେପ ନେଉନାହିଁ ବୋଲି ଅଭିଯୋଗ ରହିଥିଲା । ଶ୍ରମିକ ମାନଙ୍କ ସୁରକ୍ଷା ପାଇଁ କମ୍ପାନୀ ଧ୍ୟାନ ଦେଉନାହିଁ । ସେହିପରି ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଅନେକ ଦିନରୁ ପିଏଫ ଭରୁନାହିଁ । ଶ୍ରମିକ ମାନଙ୍କ ଅଭିଯୋଗ କରିବା ପରେ ମଧ୍ୟ କମ୍ପାନୀ କିଛି ଶୁଣୁନାହିଁ । କମ୍ପାନୀଟି ସମ୍ପୂର୍ଣ୍ଣ ଭାବରେ ଅସୁରକ୍ଷିତ ହୋଇ ଚାଲୁଛି । ଶ୍ରମିକ ମାନଙ୍କ ଜୀବନ ସହିତ କମ୍ପାନୀ ଖେଳୁଛି । ଅନେକ ସରକାରୀ ନିୟମକୁ ଫୁ କରି କମ୍ପାନୀ ଚାଲୁଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କମ୍ପାନୀ କର୍ଣ୍ଣପାତ କରୁନାହିଁ । ଆଗାମୀ ଦିନରେ ଯଦି ଏଥି ପ୍ରତି ଧ୍ୟାନ ଦିଆ ନଯାଏ ଶ୍ରମିକ ମାନଙ୍କ ଜୀବନ ବିପଦପୂର୍ଣ୍ଣ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।