ବର୍ଦ୍ଧିତ ଭତ୍ତାରାଶି ବିତରଣ 

 ସୁକିନ୍ଦା:  ସୁକିନ୍ଦା ବ୍ଲକରେ ପ୍ରଥମକରି ୮୦ବର୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ସରକାରଙ୍କ ନୂତନ ବର୍ଦ୍ଧିତ ଭାତ୍ତାରାଶି ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ବ୍ଲକ୍ର ସାମାଜିକ ସୁରକ୍ଷା ଅଧିକାରୀ ବୁଲୁ ବେହେରା ସରକାରଙ୍କ ଏହି ନୂତନ ପଦକ୍ଷେପକୁ ଐତିହାସିକ ବୋଲି ମତବ୍ୟକ୍ତ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ରେଶମା ଟେଟେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ୧୨ଜଣ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତା ପ୍ରଦାନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୬୧୭ଜଣ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ ପାଇଁ ଚିହ୍ନଟ କରାଯାଇଛି ।