ମରଣଯନ୍ତା ପାଲଟିଛି ନରଣପୁର ଗୋଠଦା ରାସ୍ତା
ନାଉଗାଁରୁ ଅଜିତ ଓଝା : ନଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁହାଟରୁ ଡାବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତାର ଉପ ରାସ୍ତା ଗୋଠଦା ଠାରୁ ନାରଣପୁରକୁ ସଂଯୋଗ ନୂତନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । ଠିକାଦାର ଏବଂ ବିଭାଗର କୋହଳ ମନୋଭାବ ଯୋଗୁଁ ଉକ୍ତ ରାସ୍ତା କାମ ଦୀର୍ଘ ତିନି ବର୍ଷରୁ ଊଦ୍ଧ୍ୱର୍ ହେବ ଅଧାପାନ୍ତରିଆ ଭାବେ ପଡିରହିଥିବାରୁ ଯାତ୍ରୀମାନଙ୍କ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିନିମନ୍ତେ ଉକ୍ତ ନରଣପୁର ଓ ଇଚ୍ଛାପୁର ଗ୍ରାମର କିଛି ଯୁବକ ଜଗତସିଂହପୁର ଜିଲ୍ଲା ଗ୍ରାମ ଉନ୍ନୟନ ବିଭାଗ ନିକଟରେ ବାରମ୍ବାର ଦାବି କରି ଆସୁଥିଲେ ସୁଦ୍ଧା ନା ବିଭାଗ ନା ଠିକାଦାର ଏହାକୁ କର୍ଣ୍ଣପାତ କରୁନଥିବାର ଅଭିଯୋଗ ହେଉଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।
ଉକ୍ତ ରାସ୍ତାଟି ଜଗତସିଂହପୁର ଜିଲ୍ଲା ଗ୍ରାମ ଉନ୍ନୟନ ବିଭାଜନର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର କାର୍ଯ୍ୟଦେଶ ରାଉତ ଇନ୍ଫ୍ରାଷ୍ଟକ୍ଚର କଣ୍ଟ୍ରସ୍କନ ପ୍ରାଇଭେଟ୍ ଲିମିଟେଡ଼କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟ ଆରମ୍ଭ ୧୭.୧୨.୨୦୨୨ରେ ଆରମ୍ଭ କରି ନଭେମ୍ବର ୨୦୨୩ରେ କାର୍ଯ୍ୟ ଶେଷ କରିବାକୁ ସୂଚନା ଫଳକରେ ନିଦେ୍ର୍ଦଶ ରହିଥିଲା । ସେହି ରାସ୍ତା ପ୍ରକଳ୍ପ ନିମନ୍ତେ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ୧୧କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାମ ହୋଇଥିବାବେଳେ ପ୍ରଥମରୁ କାମ ଆଣ୍ଠେଇ ପଡିଥିବା ଦେଖାଦେଇଥିଲା । ନାଉଗାଁ ପଞ୍ଚାୟତର ୨୧ନମ୍ବର ୱାର୍ଡÿ ଇଚ୍ଛାପୁର ଗ୍ରାମ ଏବଂ ତିରୁଣା ଗ୍ରାମ ପଞ୍ଚାୟତର ଗୋଟିଏ ୱାର୍ଡ ନରଣପୁର ଗ୍ରାମକୁ ସେହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ବ୍ଲକର ଡେରିକି ଭଟଣା ଆଦି ଲୋକେ ସେହି ରାସ୍ତାରେ ଯିବା ଆସିବା କରନ୍ତି । ହେଲେ ଏହି ୧୧ କୋଟି ଟଙ୍କା ରାସ୍ତା କାହା ଉଦେ୍ଦଶ୍ୟରେ ହେଉଛି ଜଣାପଡୁନି । ରାସ୍ତାକୁ ଦେଖିଲେ ଲାଗୁଛିି ଆହୁରି ୫ବର୍ଷ ଲାଗିବ । କିନ୍ତୁ ରାସ୍ତାର ଫଳକ କହୁଛି ୫ବର୍ଷ ପର୍ଯ୍ୟନ୍ତ ରାସ୍ତାର ରକ୍ଷଣା ବେକ୍ଷଣ ପର୍ଯ୍ୟନ୍ତ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦାୟିତ୍ୱହୀନତା ଓ ଉକ୍ତ ଠିକାଦାର ସଂସ୍ଥାର ମନଇଚ୍ଛା କାରଣରୁ ରାସ୍ତ କାର୍ଯ୍ୟ ବିଳମ୍ବ ହେଉଛି । ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅପରପକ୍ଷରେ ରାସ୍ତା ନିର୍ମାଣକୁ ନେଇ ଗ୍ରାମର କିଛି ଯୁବକ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ।