ମଳଦ୍ୱାରରେ ଆଣୁଥିଲେ ୩ କେଜି ୭୭ ଗ୍ରାମ ସୁନା ; ୪ ଗିରଫ

ମଳଦ୍ୱାରରେ ଆଣୁଥିଲେ ୩ କେଜି ୭୭ ଗ୍ରାମ ସୁନା ; ୪ ଗିରଫ


 ଭୁବନେଶ୍ୱର, ୮ା୫ : ଚୋରା ସୁନା କାରବାରର ଚେର ଦୁବାଇ, ଦକ୍ଷିଣ ଆଫ୍ରିକାରୁ ଭୁବନେଶ୍ୱରକୁ ଲମ୍ବିଛି । ସୁନା ଦର ବଢ଼ୁଥିବାରୁ ଏବେ ଭୁବନେଶ୍ୱରର ବଡ଼ବଡ଼ ସୁନା ବ୍ୟବସାୟୀମାନେ ପ୍ରତେକ ଦିନ ଦୁବାଇ ଓ ଦକ୍ଷିଣ ଆଫ୍ରିକାରୁ ସୁନା ମାଫିଆଙ୍କ ଠାରୁ ବିଭିନ୍ନ ତରିକା ଆପଣାଇ ବିମାନ ଯୋଗେ କୋଟି କୋଟି ଟଙ୍କାର ସୁନା ଭୁବନେଶ୍ୱର ଆଣୁଥିବା ଜଣାପଡ଼ିଛି । ଯାହାକୁ ନଜର ରଖିଛି କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିଦେ୍ର୍ଦଶାଳୟ ଓ କଷ୍ଟମ ବିଭାଗ । ପୂର୍ବରୁ ମଧ୍ୟ ବହୁବାର ଭୁବନେଶ୍ୱର ବିମାନବନ୍ଦରରୁ କୋଟି କୋଟି ଟଙ୍କାର ସୁନା ଜବତ କରାଯାଇଛି । ସବୁଦିନ ଭଳି ଦୁବାଇରୁ ବିମାନ ଯୋଗେ ମଳଦ୍ୱାରରେ ତରଳ ସୁନାକୁ କ୍ୟାପସୁଲ ମାଧ୍ୟମରେ ରଖି ·ଲାଣ କରୁଥିବା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିଦେ୍ର୍ଦଶାଳୟ ଏହାକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ୪ ଜଣଙ୍କ ଠାରୁ ୩ କେଜି ୭୭ ଗ୍ରାମର ସୁନା ଜବତ କରାଯାଇଛି । ଯାହାର ମୁଲ୍ୟ ୨ କୋଟି ୭୯ ଲକ୍ଷ ହେବ ।
ନିଦେ୍ର୍ଦଶାଳୟ ପକ୍ଷରୁ କୁହାଯାଇଛି ଯେ, ଗୁଇନ୍ଦା ସୂଚନା ଆଧାରରେ ଡିଆରଆଇ ଅଧିକାରୀମାନେ ଦୁବାଇରୁ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଆସିଥିବା ୪ ଜଣ ଯାତ୍ରୀଙ୍କୁ ପ୍ରଥମେ ଚିହ୍ନଟ କରିଥିଲେ । ସେମାନେ ୬ ତାରିଖରେ ଏଠାକୁ ଆସିଥିଲେ । ସେମାନଙ୍କୁ ଅଟକ ରଖି ପଚରା ଉଚରା କରାଯାଇଥିଲା । ଏହି ସମୟରେ ଜଣାପଡ଼ିଥିଲା ଯେ, ଏହି ୪ ଜଣ ତରଳ ସୁନାର ଚୋରା ·ଲାଣ ପାଇଁ ଉଦ୍ୟମ କରୁଥିଲେ । ଏହି ସୁନାକୁ ସେମାନେ କ୍ୟାପସୁଲ ମାଧ୍ୟମରେ ନିଜ ମଳଦ୍ୱାରରେ ରଖି ଦୁବାଇରୁ ଆଣିଥିବା ଗୁଇନ୍ଦା ଆଗରେ ମାନିଥିଲେ । ତଦନ୍ତ ବେଳେ ୧୨ଟି କ୍ୟାପସୁଲରେ ଥିବା ତରଳ ସୁନାକୁ ଜବତ କରାଯାଇଛି । କ୍ୟାପସୁଲ ମଧ୍ୟରୁ ମୋଟ ୩.୭୭ କେଜିର ସୁନା ମିଳିଛି । ଏହାର ମୂଲ୍ୟ ୨.୭୯ କୋଟି ହେବ ବୋଲି ଗୁଇନ୍ଦା ସୂଚନା ଦେଇଛି । ପରେ କଷ୍ଟମ ଆକ୍ଟ ୧୯୬୨ ଆଧାରରେ ସମସ୍ତଙ୍କୁ ଗିରଫ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି ।