ରାଜଧାନୀରେ ପୁଲିସ ପାଇଁ ଚିନ୍ତା ବଢ଼ାଇଛି ‘ଜିରୋ ନାଇଟ୍’
ହୋଟେଲରେ ଡେରା ପକାଇଲେଣି ବାଂଲାଦେଶୀ ଦେହଜୀବୀ
ଭୁବନେଶ୍ୱର, ୨୩ା୧୨ : ଆଉ କିଛିଦିନ ପରେ ପୁରୁଣା ବର୍ଷକୁ ବିଦା ଦେଇ ଆସିବ ନୂଆବର୍ଷ । ଏହି ନୂଆବର୍ଷରେ ରାଜଧାନୀରେ ଜିରୋ ନାଇଟ୍ ପାଇଁ ବିଭିନ୍ନ ହୋଟେଲ, ବାର ମାଲିକ ମାନେ ହେଲେଣି ସଜବାଜ । ଜିରୋ ନାଇଟ୍ ପାଇଁ ଏବେଠୁ ବାଂଲାଦେଶୀ ଯୁବତୀଙ୍କୁ ଦିଆଗଲାଣି ଅଗ୍ରିମ ଟଙ୍କା । ଏପଟେ ବାରରେ ଡ୍ୟାନ୍ସକୁ ବ୍ୟାନ କରାଯିବା ସହ କେବଳ ଗୀତ ପରିବେଷଣ ହେବାକୁ ଅନୁମତି ଦେଇଛି ଅବକାରୀ ବିଭାଗ । ଗୀତ ପରିବେଷଣ କରୁଥିବା ଯୁବତୀ ପୋଷାକ ପରିଧାନରେ ଶାଳୀନତା ରଖିବେ । ଷ୍ଟେଜ୍ ଠାରୁ ଦୂରତାରେ ଦର୍ଶକ ବସିବେ । କିନ୍ତୁ ବାରରେ ଡ୍ୟାନ୍ସ ବ୍ୟାନ୍ ହେବା ପରେ ଆଉ ଆଗ ଭଳି ଗ୍ରାହକ ହେଉନାହାନ୍ତି । ଯେଉଁଥିପାଇଁ ବାର ମାଲିକମାନଙ୍କ କ୍ଷତି ହେଉଛି । ତେଣୁ ସେମାନେ ଏହି କ୍ଷତିର ଭରଣା ଜିରୋ ନାଇଟ୍ରେ କରିବାକୁ ଯୋଜନା କରିଛନ୍ତି । ଦେହଜୀବୀଠାରୁ ଆରମ୍ଭ କରି ଡ୍ୟାନ୍ସରଙ୍କୁ ବାର ମାଲିକମାନେ ଅଗ୍ରିମ ଟଙ୍କା ଦେଇ ବୁକ୍ କଲେଣି । ଡ୍ୟାନ୍ସରମାନେ ଜିରୋ ନାଇଟ୍ରେ ଡ୍ୟାନ୍ସ କରିବାକୁ ଥିବାବେଳେ ବାଂଲାଦେଶୀ ଦେହଜୀବୀଙ୍କୁ ହୋଟେଲରେ ରଖାଗଲାଣି । ଯାହାଫଳରେ ପୁଲିସ ପାଇଁ ଚିନ୍ତା ବଢ଼ାଇଛି ଜିରୋ ନାଇଟ୍ । ପୁଲିସ ଓ ଅବକାରୀ ବିଭାଗ ମଧ୍ୟ ଜିରୋ ନାଇଟରେ ସାଧାପୋଷାକରେ ପଇନ୍ତରା ମାରିବା ସହ ରାଜଧାନୀ ବୁଲି ବିଭିନ୍ନ ହୋଟେଲ, ବାର ଗୁଡ଼ିକରେ ଗ୍ରାହକ ସାଜି ରେଡ କରିବାର ଯୋଜନା ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି ।
ଜିରୋ ନାଇଟ୍ ବେଳେ ମଉଜ :
ଯେଉଁମାନେ ମଉଜ ଚାହିଁବେ ସେମାନେ ଏହି ଯୁବତୀମାନଙ୍କୁ ନେଇପାରିବେ । ରାତିକ ପାଇଁ ସେମାନେ ୧୦ରୁ ୧୨ ହଜାର ଟଙ୍କା ନେଉଛନ୍ତି । କେବଳ ବାଂଲାଦେଶୀ ଯୁବତୀ ନୁହେଁ, ପଶ୍ଚିମବଙ୍ଗରୁ ମଧ୍ୟ ଏକାଧିକ ଯୁବତୀଙ୍କୁ ଆଣି ଏଠାରେ ଏକାଧିକ ହୋଟେଲରେ ରଖାଗଲାଣି । କେବଳ ଯୁବତୀ ଏବଂ ଡ୍ୟାନ୍ସ ନୁହେଁ, ଏକାଧିକ ବାରରେ ଡ୍ରଗ୍ସ ଏବଂ ଅନ୍ୟ ନିଶା କାରବାର ପାଇଁ ମଧ୍ୟ ବ୍ୟବସ୍ଥା କରାଗଲାଣି । ଏବେଠାରୁ ଅବକାରୀ ବିଭାଗ ଏବଂ ପୁଲିସ ଚଢ଼ାଉ ନକଲେ ଏହାକୁ ଆଗକୁ ରୋକିପାରିବେ ନାହିଁ । ଏସବୁ ଯଦି ପୁଲିସ ରୋକିବାକୁ ବିଫଳ ହେବ ତେବେ ଜିରୋ ନାଇଟ୍ରେ ଅଘଟଣ ଘଟିପାରେ ବୋଲି ଆଶଙ୍କା କରାଯାଉଛି । ଏସବୁ ଘଟଣାକୁ ନେଇ ଚିନ୍ତାରେ ପଡ଼ିଯାଇଛି କମିଶନରେଟ୍ ପୁଲିସ । ଏହାକୁ ରୋକିବା ଦିଗରେ ପୁଲିସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇପାରେ ।