ପତ୍ନୀ ଓ ଝିଅକୁ ମାସିକ ୪ ଲକ୍ଷ ଦେବେ ସାମି
ନୂଆଦିଲ୍ଲୀ : ଭାରତୀୟ ଦଳର ଫାଷ୍ଟ ବୋଲର ମହମ୍ମଦ ଶାମି ତାଙ୍କ ପତ୍ନୀ ଓ ଝିଅଙ୍କୁ ଏବେ ମାସିକ ୪ ଲକ୍ଷ ଟଙ୍କା ଭରଣପୋଷଣ ଦେବେ । କଲିକତା ହାଇକୋର୍ଟରେ ଶାମିଙ୍କ ଛାଡ଼ପତ୍ର ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ ଅଜୟ କୁମାର ମୁଖାର୍ଜୀ ଆଜି ଏହି ରାୟ ଦେଇଛନ୍ତି । ଶାମି ଓ ହସିନ ଜହାନ ଦୀର୍ଘ ସମୟ ଧରି ଅଲଗା ରହୁଥିବା ବେଳେ ପ୍ରତିମାସରେ ପନôୀଙ୍କୁ ଦେଢ ଲକ୍ଷ ଓ ଝିଅକୁ ଅଢେଇ ଲକ୍ଷ ଟଙ୍କା ଦେବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି ।
ମଙ୍ଗଳବାର ଜଜ ନିଜ ଆଦେଶରେ କହିଛନ୍ତି ଯେ, ମୋ ବିଚାରରେ ଆବେଦନକାରୀଙ୍କୁ ମାସିକ ଦେଢ ଲକ୍ଷ ଓ ତାଙ୍କ ଝିଅକୁ ଅଢେଇ ଲକ୍ଷ ଟଙ୍କାର ବିତ୍ତୀୟ ସ୍ଥିରତା ସୁନିଶ୍ଚିତ କରିବା ଉଚିତ୍ ହେବ । ଅଦାଲତ ଏହା ମଧ୍ୟ କହିଛନ୍ତି, ଶାମିଙ୍କୁ ନିଜ ଝିଅ ପାଇଁ ନିର୍ଦ୍ଧାରିତ ରାଶିଠୁ ଅଧିକ ଶିକ୍ଷା କିମ୍ବା ଅନ୍ୟ ଖର୍ଚ୍ଚ ଦେବାର ଅଧିକାର ରହିଛି । ହାଇକୋର୍ଟ ନିଦେ୍ର୍ଦଶ ଅନୁଯାୟୀ, ମହମ୍ମଦ ଶାମିଙ୍କୁ ଗତ ସାତ ବର୍ଷର ଖର୍ଚ୍ଚ ମଧ୍ୟ ଦେବାକୁ ପଡ଼ିବ । ଶାମିଙ୍କୁ ତାଙ୍କ ସ୍ତ୍ରୀ ଏବଂ ଝିଅକୁ ସାତ ବର୍ଷ ପାଇଁ ପ୍ରତି ମାସରେ ୪ ଲକ୍ଷ ଟଙ୍କା ହିସାବରେ ୩ କୋଟି ୩୬ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ସୂଚନାଯୋଗ୍ୟ, ଶାମି ଓ ହସିନ ୨୦୧୪ରେ ବିବାହ କରିଥିଲେ । ୨୦୧୫ରେ ଝିଅ ଆୟରାଙ୍କ ଜନ୍ମ ହୋଇଥିଲା । ପନôୀ ହସିନ ଜହାଁ କ୍ରିକେଟର ଶାମିଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ ଲଗାଇଥିଲେ । ୨୦୧୮ରୁ ମାମଲା ଅଦାଲତରେ ପହଞ୍ଚôଥିଲା । ଦୁହେଁ ଏ ପର୍ଯ୍ୟନ୍ତ ଆଇନଗତ ଭାବେ ଅଲଗା ହୋଇ ନାହାନ୍ତି । ୩୪ ବର୍ଷୀୟ ଶାମି ବର୍ତ୍ତମାନ ଭାରତୀୟ ଦଳରୁ ବାହାରେ ଅଛନ୍ତି । ଆହତଜନିତ ସମସ୍ୟା କାରଣରୁ ତାଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ ସାମିଲ୍ କରାଯାଇ ନାହିଁ ।