ମହିଳା ଡାକ୍ତରଙ୍କୁ ହତ୍ୟା ପ୍ରତିବାଦରେ ଶୋଭଯାତ୍ରା
।ା ପ୍ରଭାନୁ୍ୟଜ ।ା ନୀଳଗିରି: କୋଲକାତା ଆର୍ ଜି କର ମେଡିକାଲ କଲେଜର ମହିଳା ଡାକ୍ତରଙ୍କୁ କୁର୍କମ ଓ ହତ୍ୟା ପ୍ରତିବାଦରେ ଅଭିଯୁକ୍ତକୁ ଫାଶୀ ଦଣ୍ଡଦେଶ ଦାବିରେ ଏକ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମୃତ ମହିଳା ଡାକ୍ତରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡଦେଶ ଦାବି ନେଇ ନୀଳଗିରି ବ୍ଲକ ହିନ୍ଦୁ ସଂଗଠନ ଦେବ ସେନାର ସଭାପତି ବାଦଲ ପଣ୍ଡାଙ୍କ ନେତୃତ୍ୱରେ ଏକ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ମହିଳା ପ୍ରୋକଷ୍ଠ ରେଣୁ ବିଶ୍ୱାଳ, ଜିଲ୍ଲା ଦେବ ପ୍ରୋକଷ୍ଠ ନାଗା ସାଧୁ ଦେବେନ୍ଦ୍ର ବାବା, ବ୍ଲକ ସମ୍ପାଦକ ଦୀପକ୍ ବିଶ୍ୱାଳ, ଟ୍ରେଜର ନିରଞ୍ଜନ ଜେନା, ଯୁବ ପ୍ରକୋଷ୍ଠ ଅଧ୍ୟକ୍ଷ ପଙ୍କଜ ପଣ୍ଡା, ଜ୍ଞାନ ରଞ୍ଜନ ଜେନା, ଏନ୍ଏସି ଅଧ୍ୟକ୍ଷ ହରେକୃଷ୍ଣ ବିନ୍ଧାଣି, ମହିଳା ପ୍ରକଷ୍ଠ ଅଧ୍ୟକ୍ଷା ଭାନୁମତୀ ବିଶ୍ୱାଳ, ସେବା ପ୍ରକୋଷ୍ଠ ତପନ ବେହେରା, ସୁନିତା ସିଂ, ପୂଜା ସିଂ, ସସ୍ମିତା ସେଠୀ, ଅନୁପମା ସେଠୀ, ସତ୍ୟଭାମା ପଣ୍ଡା, କବିତା ଦାସ, ଅକ୍ଷୟ ପଣ୍ଡା, ସୁଲଚନା ସିଂ, ଗୀତାଞ୍ଜଳି ସିଂ, ତପସ୍ୱିନୀ ମାଣ, ଜାନା, ଜୟନ୍ତ ବାରିକ୍ ଓ ଅନେକ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।