ନାବାଳିକାକୁ କୁକର୍ମ ଉଦ୍ୟମ, ବଡ଼ବାପା ଗିରଫ
କାକଟପୁର : କାକଟପୁର ଥାନା ଅଧିନସ୍ଥ ବାଙ୍ଗୁରୀଗାଁରେ ଏକ ନାବାଳିକା ଶିଶୁ କନ୍ୟାକୁ ଧର୍ଷଣ ଉଦ୍ୟମ କରିବା ଅଭିଯୋଗରେ ନାବାଳିକାର ବଡ଼ବାପାକୁ କାକଟପୁର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ଗତ ୧୧ ତାରିଖରେ ଅଢେଇ ବର୍ଷର ନାବାଳିକା ଶିଶୁ କନ୍ୟା ଅଗଣାରେ ଖେଳୁଥିବା ବେଳେ ତାର ବଡ଼ବାପା ନବ କିଶୋର ସାହୁ ଘର ମଧ୍ୟକୁ ଡାକିନେଇ ନାବାଳିକା ଶିଶୁ କନ୍ୟାକୁ ଜାବୁଡି ଧରି ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ଶିଶୁଟି ଜୋରରେ କାନ୍ଦିବାରୁ ନା ବାଳିକାର ମା ହଠାତ ଘର ଭିତରକୁ ଦୌଡ଼ି ଆସି ଦେଖିବା ବେଳକୁ ଦେଢଶୁରର ନବକିଶୋର ସଂପୂର୍ଣ୍ଣ ଉଲଗ୍ନ ହୋଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ପାଇଥିଲେ । ନବକିଶୋର ନା ବାଳିକା ମା ଗୋଡ଼ ହାତ ଧରି ଭୁଲ ମାଗିବା ସହିତ ଏଭଳି ଘଟଣା କାହା ଆଗରେ ନକହିବାକୁ ଅନୁରୋଧ କରିଥିଲା । କିନ୍ତୁ ନାବାଳିକାର ମା କାକଟପୁର ଥାନାରେ ଅଭିଯୋଗ କରିବା ପରେ ଏସଂକ୍ରାନ୍ତରେ ୧୪୩/୨୫ ଏକ ମକଦମା ରୁଜୁ କରାଯାଇ ଦଫା ଇଉ / ଏସ ୬୫(୨)୬୨ ବିଏନଏସଆର ଡ଼ବ୍ଲୁ ୮ /୨ ପୋସ୍କ ଆକ୍ଟରେ ନବକିଶୋରକୁ ଗିରଫ କରାଯାଇ ପୁରୀ ପୋସ୍କ କୋର୍ଟକୁ ପଠାଯାଇଛି ।
 
 Henamanjaree Swain
                                    Henamanjaree Swain                                 
    
             
    
 
    
 
 
 
